ଘରକୁ କେବଳ ସଫା ନୁହେଁ, ଜୀବାଣୁମୁକ୍ତ କରିବାକୁ ଚେଷ୍ଟା କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ଘରକୁ କେବଳ ସଫା ନୁହେଁ, ଜୀବାଣୁମୁକ୍ତ କରିବାକୁ ଚେଷ୍ଟା କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଛୋଟ ହେଉ ବା ବଡ଼, ଏହା ସଫା ରହିଲେ ହିଁ ଭଲ ଲାଗେ। ସେହିପରି ଘର ସହିତ ଏହା ମଧ୍ୟରେ ଥିବା ସବୁ ଜିନିଷ ସଫା ରହିବା ନିହାତି ଆବଶ୍ୟକ। ତା’ହେଲେ ଘରେ ସକାରାତ୍ମକ ଶକ୍ତି ସଞ୍ଚାରିତ ହୋଇଥାଏ। ଘରକୁ ସଫା ରଖିବା ପାଇଁ ସାଧାରଣତଃ ସକାଳେ ହେଲେ ଝାଡ଼ୁ କରାଯାଏ। ଏମିତିକି କିଛି ଘରେ ପ୍ରତିଦିନ ପୋଛା ମରାଯାଏ। ସପ୍ତାହରେ ବା କିଛି ଦିନ ବ୍ୟବଧାନରେ ନିୟମିତ ଭାବେ ଘରେ ଲାଗୁଥିବା ଅଳନ୍ଦୁ ଆଦି ସଫା କରାଯାଏ। ସେହିଭଳି ଘରେ ଥିବା ଆସବାବପତ୍ରକୁ ମଧ୍ୟ ଲୋକେ ନିୟମିତ ବ୍ୟବଧାନରେ ସଫା କରନ୍ତି। ଏହା ଦ୍ୱାରା ଘର ଓ ଘରର ଜିନିଷପତ୍ର ସଫା ରହେ ନିଶ୍ଚିତ। କିନ୍ତୁ ଏହା ଜୀବାଣୁମୁକ୍ତ ହୁଏ କି? ହଁ, ଏହା ହେଉଛି ମୂଳ ପ୍ରସଙ୍ଗ। ଘର ସଫା ରହିବା ସହିତ ଜୀବାଣୁ ମୁକ୍ତ ହେବା ନିହାତି ଆବଶ୍ୟକ। ଆଉ ଯଦି ଘରେ ଛୋଟ ଛୁଆ ଥିବେ, ତା’ହେଲେ ଏ ଦାୟିତ୍ୱ ଆହୁରି ବଢ଼ିଯାଏ। ତା’ହେଲେ ଆସନ୍ତୁ ଜାଣିବା ଘର ଓ ଘରେ ଥିବା ଜିନିଷକୁ କେମିତି ଜୀବାଣୁମୁକ୍ତ ରଖିବେ।

 ଖାଲି ଝାଡ଼ୁ କରି ଦେଲେ କିଛି ହୁଏ ନାହିଁ

ସକାଳୁ ଘରେ ଝାଡ଼ୁ ମାରିଦେଲେ, ଆମେ ଭାବି ଦେଉ ଯେ, ଘର ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇଗଲା। କିନ୍ତୁ ଏହାପରେ ଭ୍ୟାକ୍ୟୁମ୍‌ କ୍ଲିନ୍‌ର ସାହାଯ୍ୟରେ ଘରକୁ ସଫା କରନ୍ତୁ। କାରଣ ଝାଡ଼ୁ ମାରିବା ପରେ ବି ଘର ଚଟାଣରୁ ଧୂଳିକଣା ସମ୍ପୂର୍ଣ୍ଣ ଭାବେ ସଫା ହୋଇ ନ ଥାଏ। ଏହା ଫଳରେ ବହୁ ବେମାର ବ୍ୟାପିବାର ଆଶଙ୍କା ରହିଛି। ଆମେରିକା କଲେଜ ଅଫ୍‌ ଆଲର୍ଜୀ, ଆଜ୍‌ମା ଓ ଇମ୍ୟୁନୋଲୋଜି ଅନୁଯାୟୀ, ଡଷ୍ଟ୍‌ ଯୋଗୁ ଆଲର୍ଜୀ ହୋଇ କାଶ, ଛିଙ୍କ ଓ ଥଣ୍ଡା ଆଦି ବେମାର ଲାଗି ରହେ। ଯଦି ଭ୍ୟାକ୍ୟୁମ୍‌ କ୍ଲିନ୍‌ର ବ୍ୟବହାର ନ କରୁଛନ୍ତି, ତା’ହେଲେ ପୋଛା ଅବଶ୍ୟ ମାରନ୍ତୁ। ତେବେ ପୋଛା ମାରିବା ବେଳେ ବଜାରରେ ଉପଳବ୍ଧ ହେଉଥିବା କୌଣସି ଲିକୁଇଡ୍ ବ୍ୟବହାର କରନ୍ତୁ, ଯାହା ଚଟାଣରୁ ଜୀବାଣୁ ହଟାଇବାରେ ସାହାଯ୍ୟ ମଧ୍ୟ କରେ।

ବଳକା ଖାଦ୍ୟକୁ ଆଦୌ ବାହାରେ ରଖନ୍ତୁ ନାହିଁ

ଘରେ କିଛି ରନ୍ଧା ଖାଦ୍ୟ ବଳି ଯାଇଥିଲେ, ତାକୁ ଫ୍ରିଜ୍‌ରେ ରଖନ୍ତୁ। ଯଦି ତାକୁ ଆଉ ଖାଇବାର ନାହିଁ, ତା’ହେଲେ ତୁରନ୍ତ ଫିଙ୍ଗି ଦିଅନ୍ତୁ ବା କାହାକୁ ଦେଇ ଦିଅନ୍ତୁ। ଏସବୁ ନକରି ଯଦି ଆପଣ ଏହାକୁ ଘରେ ସେମିତି ପକାଇ ରଖିବେ, ତା’ହେଲେ କିଛି ଦିନ ପରେ ସେଥିରେ ଫିମ୍ପି ହେବେ। ଆଉ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ। ନ୍ୟାସ୍‌ନାଲ୍‌ ପବ୍ଲିକ୍‌ ହେଲ୍‌ଥ ଇନଷ୍ଟିଚ୍ୟୁଟ୍‌ର ଏକ ରିପୋର୍ଟ ଅନୁଯାୟୀ,  ଘରେ କୌଣସି ଜିନିଷରେ ଫିମ୍ପି ଲାଗିଗଲେ, ଏହା ମଧ୍ୟ ଆଜମାର କାରଣ ପାଲଟିଯାଏ। ବିଶେଷଜ୍ଞ ମତରେ ଉକ୍ତ ପାତ୍ରକୁ ଗରମ ପାଣିରେ ସଫା କରିବା ଉଚିତ୍‌। ନ ହେଲେ ଏହାକୁ ଭଲ ଭାବେ ସଫା କରିବା ଲାଗି ଡିଟର୍‌ଜେଣ୍ଟର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।

ସଫା କରିବାକୁ ବ୍ୟବହୃତ ଜିନିଷକୁ ମଧ୍ୟ ସଫା ରଖନ୍ତୁ  

ସାଧାରଣତଃ ଲୋକେ ଭାବନ୍ତି ଯେ, ଆମେ ନିୟମିତ ଭାବେ ଘର ସଫା କରୁଛୁ, ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଜୀବାଣୁମୁକ୍ତ ଅଛି। କିନ୍ତୁ ଆମେ ଗୋଟିଏ ଜିନିଷ ପ୍ରତି ଧ୍ୟାନ ଦେଉ ନ ଥାଉ ଯେ, ଆମେ ଯେଉଁ ଜିନିଷରେ ଘର ଅବା ଘରେ ଥିବା ଜିନିଷ ସଫା କରୁଛୁ, ତାହା କେତେ ସଫା ରହେ। ଘର ସଫା ଲାଗି ବ୍ୟବହୃତ ପୋଛା ଓ କପଡ଼ାକୁ ମଧ୍ୟ ନିୟମିତ ଭାବେ ସଫା କରି ଖରାରେ ଭଲ ଭାବେ ଶୁଖାଇବା ଉଚିତ୍‌।

ମାଇକ୍ରୋୱେଭ୍ ଓଭେନ୍‌କୁ ସଫା ରଖନ୍ତୁ

ଆଜିକାଲି ବହୁତ ଲୋକ ଖାଦ୍ୟ ପ୍ରସ୍ତୁତି ପାଇଁ ମାଇକ୍ରୋୱେଭ୍ ଓଭେନ୍ ବ୍ୟବହାର କରୁଛନ୍ତି। ତେବେ ଏହା କିପରି ସଫା ରହିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ସବୁବେଳେ ସଫା କପଡ଼ାରେ ସଫା କରନ୍ତୁ।

ତରତର ହୋଇ କରନ୍ତୁ ନାହିଁ ସଫା

ଆଜିକାଲି ଧାଁଦୌଡ଼ ଭରା ଜୀବନରେ ସବୁ କାମ ଫଟାଫଟ୍‌ ସାରିବାକୁ ସମସ୍ତେ ଚାହାଁନ୍ତି। କିନ୍ତୁ ଜଲଦିରେ ସଫା କରିବା ଅପେକ୍ଷା ନ କରିବା ଭଲ। କାରଣ ଏହା ନିହାତି ଭାବେ ଆପଣଙ୍କ ଲାଗି କ୍ଷତିକାରକ ହିଁ ସାବ୍ୟସ୍ତ ହେବ।

ଜୀବାଣୁଙ୍କୁ ମରିବାକୁ ସମୟ ଦିଅନ୍ତୁ

ଜୀବାଣୁ ଓ ବ୍ୟାକ୍ଟେରିଆକୁ ପୂରାପୂରି ନିପାତ କରିବାକୁ ଚାହୁଁଥିଲେ, ଆପଣ ବ୍ୟବହାର କରୁଥିବା ଫିନାଇଲ୍‌ କିମ୍ବା ଡିଟରଜେଣ୍ଟକୁ ଅତି କମ୍‌ରେ ୬୦ ସେକେଣ୍ଡରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଘରର ଚଟାଣ ଉପରେ ପକାଇ ଛାଡ଼ି ଦିଅନ୍ତୁ। କାରଣ ଏହାକୁ ପକାଇ ସଙ୍ଗେ ସଙ୍ଗେ ଘର ସଫା କରିବା ଦ୍ୱାରା କେବେ ବି ଜୀବଣୁ ମରିବେ ନାହିଁ।



from Odisha Reporter https://ift.tt/2MR6AJi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages