ଏହି କାରଣରୁ ଭାରତରେ ୯୦% ଲୋକ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ର ଶିକାର ହେଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 3, 2019

ଏହି କାରଣରୁ ଭାରତରେ ୯୦% ଲୋକ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ର ଶିକାର ହେଉଛନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ତା’ର କାୟା ବିସ୍ତାର କରି ସାରିଲାଣି। ବର୍ଷକୁ ବର୍ଷ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ ରୋଗୀଙ୍କ ସଂଖ୍ୟା ବଢୁଛି। ଭାରତ ବି ଏଥିରୁ ବାଦ୍ ପଡ଼ିନି। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ପ୍ରାୟ ୬୭ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି। ଏମାନଙ୍କ ମଧ୍ୟରେ ୪୮ ହଜାର ପୁରୁଷ ରହୁଥିବା ବେଳେ ୧୯ ହଜାର ମହିଳା ରହୁଛନ୍ତି। ଏହି ରିପୋର୍ଟର ଦାବି ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ ଫୁସ୍‌ଫୁସ୍ କ୍ୟାନ୍‌ସରରେ ୬୩ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ସ୍ତନ, ଗର୍ଭାଶୟ ଓ ମୁଖ କର୍କଟ ପରେ ଭାରତରେ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି।

ଭାରତରେ ପ୍ରତ୍ୟେକ ବର୍ଷ ଯେତେ ଲୋକ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୁଅନ୍ତି, ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଧୂମପାନ ଯୋଗୁ ଏଥିରେ ପୀଡ଼ିତ ହୁଅନ୍ତି। ଏମାନେ ସିଗାରେଟ୍‌, ବିଡି ବା ହୁକ୍କା ଆଦି ଟାଣି ଏହି ରୋଗରେ ପୀଡ଼ିତ ହୁଅନ୍ତି। ବାକି ୧୦ ପ୍ରତିଶତ ପରିବେଶ ପ୍ରଦୂଷଣ ଓ ଏଥିରେ ଥିବା କ୍ୟାନ୍‌ସର୍‌ ବାହାକ ତତ୍ତ୍ୱ ପ୍ରଭାବରେ ଆସି ଏଥିରେ ପୀଡ଼ିତ ହୁଅନ୍ତି। ତେବେ ସିଗାରେଟ୍‌ ହେଉଛି ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ସବୁଠୁ ବଡ଼ କାରଣ।

ଫୁସ୍‌ଫୁସ୍‌ କ୍ୟାନ୍‌ସର୍ ରୋଗ ଅତ୍ୟନ୍ତ ମାରାତ୍ମକ। ଏହି ରୋଗ ହେଲେ ସହଜରେ ଜାଣିହୁଏ ନାହିଁ। ଆଉ ଯେତେବେଳେ ଜଣାପଡ଼େ ସେତେବେଳକୁ ବହୁତ ଡେରି ହୋଇଯାଏ। ଅର୍ଥାତ୍‌ କ୍ୟାନ୍‌ସର୍‌ ଶେଷ ସ୍ତରରେ ପହଞ୍ଚିଯାଇଥାଏ। କିନ୍ତୁ ସବୁ ରୋଗ ପରି ଏହାର ମଧ୍ୟ କିଛି ଲକ୍ଷଣ ରହିଛି। ଆପଣ ଯଦି ଏହି ଲକ୍ଷଣ ଗୁଡ଼ିକୁ ଠିକ୍‌ ସମୟରେ ଚିହ୍ନି  ପାରିବେ ତା’ହେଲେ ମୃତ୍ୟୁମୁଖରୁ ବର୍ତ୍ତି ଯାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା, ଏହି ରୋଗର ଲକ୍ଷଣ ବିଷୟରେ।

ଲକ୍ଷଣ:

୧. ଲଗାତାର କାଶ ହେବା

୨. କାଶିଲେ ରକ୍ତ ପଡ଼ିବା

୩. ଧଇଁସଇଁ ଲାଗିବା

୪. ଶୀଘ୍ର ଥକା ଲାଗିବା

୫. ଭୋକ ନ ଲାଗିବା

୬. ସବୁବେଳେ ଦୁର୍ବଳ ଲାଗିବା

୭.  ଘୋଳା ବିନ୍ଧା ହେବା

ଆପଣଙ୍କର ଯଦି ଧୂମପାନ ଅଭ୍ୟାସ ଅଛି ଓ ଶରୀରରେ ଏପରି ଲକ୍ଷଣ ଦେଖାଯାଉଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।



from Odisha Reporter https://ift.tt/2GNbIKz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages