ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ଗଜରାଜଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ଗଜରାଜଙ୍କ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜର ବାଲିଯୋଡ଼ି ନିକଟରେ ଟ୍ରକ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଗୋଟିଏ ହାତୀ ଗୁରୁତର ହୋଇଛି। ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ଜାତୀୟ ରାଜପଥ ୨୦ ପାର ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସିଥିଲା। ଏହି ଟ୍ରକଟି ହାତୀମାନଙ୍କୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଟ୍ରକ୍ ହାତୀପଲକୁ ଧକ୍କା ଦେଇ ଫେରାର ହୋଇଯାଇଛି। ଏ ସମ୍ପର୍କରେ ଅଟକ ଥିବା ପ୍ରଥମ ଟ୍ରକ୍‌ର ହେଲପର୍‌ ବନ ବିଭାଗ କର୍ମଚାରୀଙ୍କୁ କହିଛନ୍ତି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।



from Odisha Reporter https://ift.tt/2TQtB0o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages