ପ୍ରଯୋଜକଙ୍କୁ ସତର୍କ କରାଇଲେ ସୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ପ୍ରଯୋଜକଙ୍କୁ ସତର୍କ କରାଇଲେ ସୋନା

ମୁମ୍ବାଇ: ‘ମି ଟୁ’ରେ ଫସିବା ପରେ ଏବେ ପୁଣି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଛୋଟ ପରଦାକୁ କମ୍‌ ବ୍ୟାକ୍‌ କରିବା ଯୋଜନାରେ ଅଛନ୍ତି। ଛୋଟ ଛୁଆଙ୍କୁ ନେଇ ସୋନି ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର’ରେ ସେ ଜଜ୍‌ ଭାବେ ଯୋଗ ଦେବେ ବୋଲି ଆଲୋଚନା ଜୋର ଧରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗାୟିକା ସୋନା ମହାପାତ୍ର। ସୋନା ହିଁ ଅନୁଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ସେଥିପାଇଁ ଅନ୍ୟତମ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରୁ ଅନୁଙ୍କୁ ବାହାରିବାକୁ ପଡ଼ିଥିଲା।

‘ସୁପରଷ୍ଟାର ସିଙ୍ଗର’ ଏବେ ଯେଉଁ ପ୍ରୋମୋ ବଜାଉଛି, ସେଥିରୁ ଲାଗୁଛି ଏହାର ଆଗାମୀ ଏପିସୋଡ୍‌ରେ ସେ ଅତିଥି ଭାବେ ଶୋ’କୁ ଆସୁଛନ୍ତି। ହୋଇପାରେ ଏହା ପରେ ସେ ଜଜ୍‌ ଭାବେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଆଉ ଏହାକୁ ନେଇ ଜୋରସୋର ଆଲୋଚନା ଚାଲିଥିବା ବେଳେ ସୋନା ଏକ ଟ୍ୱିଟ୍‌ କରି ଶୋ’ର ପ୍ରଯୋଜକଙ୍କୁ ସତର୍କ କରାଇ ଦେଇଛନ୍ତି।

ସେ ଲେଖିଛନ୍ତି, ‘ସୁପର୍‌ଷ୍ଟାର ସିଙ୍ଗର’ର ପ୍ରଡ୍ୟୁସର ଧ୍ୟାନ ଦେବା ଉଚିତ୍ ଯେ, ତାଙ୍କ ଶୋ’ରେ ୨ରୁ ୧୫ ବର୍ଷର ଛୁଆମାନେ ଭାଗ ନେଉଛନ୍ତି। ଆଉ ଗାୟିକା ଶ୍ୱେତା ପଣ୍ଡିତ ଅନୁ ମଲ୍ଲିକଙ୍କୁ ପିଡୋଫାଇଲ୍‌ (ଯେଉଁମାନଙ୍କର ଶିଶୁମାନଙ୍କ ପ୍ରତି ଯୌନ ଆକର୍ଷଣ ଥାଏ) ବୋଲି କହିଥିଲେ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଅନୁ ମଲ୍ଲିକଙ୍କ ସହିତ ଶିଶୁମାନେ ବି ସୁରକ୍ଷିତ ନୁହନ୍ତି।


ସୋନାଙ୍କ ଭଳି ଶ୍ୱେତା ପଣ୍ଡିତ ମଧ୍ୟ ଅନୁ ମଲ୍ଲିକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଇଥିଲେ। ତେବେ ଅନୁଙ୍କ ଓକିଲ ଏସବୁ ଅଭିଯୋଗ ମିଛ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏସବୁ ଅଭିଯୋଗ ପରେ ତାଙ୍କୁ ଆଉ କେହି ବଲିଉଡ୍‌ରେ କାମ ଦେଇ ନଥିଲେ ବୋଲି ଅନୁ ଏକ ସାକ୍ଷାତକାରରେ କହିଥିଲେ। ତାଙ୍କର ଏହି ମନ୍ତବ୍ୟ ପରେ ସୋଶାଲ୍ ମିଡିଆ ପୋଷ୍ଟ୍ ମାଧ୍ୟମରେ ସୋନା କହିଥିଲେ ଯେ, ଅନୁ ମଲ୍ଲିକଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଇଣ୍ଡଷ୍ଟ୍ରୀରେ କେହି ତାଙ୍କୁ କାମ ଦେଉ ନାହାନ୍ତି।

ସୂଚନାଯୋଗ୍ୟ, ନିକଟରେ ଅନୁ ମଲ୍ଲିକ ତାଙ୍କର ଏକ ଗୀତ ରିଲିଜ୍ କରିଛନ୍ତି।



from Odisha Reporter https://ift.tt/31cluxD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages