‘ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ସମାଧାନ ହେବା ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

‘ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ସମାଧାନ ହେବା ଦରକାର’

ଚୌଣ୍ଟ୍ରିଲ (ଫ୍ରାନ୍ସ): ଭାରତ ଓ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରି ବିବାଦର ସମାଧାନ କରିବା ଦରକାର। ଦୁଇ ଦେଶ ମଧ୍ୟରେ ଥିବା ଆଞ୍ଚଳିକ ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆଜି ଏହା କହିଛନ୍ତି।

ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି। ଏହି ଅବସରରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାପରେ ଦୁଇ ଦେଶର ଶୀର୍ଷ ନେତା ଗଣମାଧ୍ୟମକୁ ସମ୍ୱୋଧନ କରୁଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି କଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ମାଧ୍ୟମରେ ସମାଧାନ ହେବା ଦରକାର ବୋଲି କହିଥିଲେ। କଶ୍ମୀର ପ୍ରସଙ୍ଗରେ ଆଗାମୀ ଦିନରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ କଥା ହେବେ ବୋଲି କହିଛନ୍ତି। ଚଳିତବର୍ଷ ହୋଇଥିବା ପୁଲଓ୍ୱାମା ଆକ୍ରମଣକୁ ଏହି ଅବସରରେ ନିନ୍ଦା କରିଥିଲେ ମାକ୍ରନ୍। ଆଗାମୀ ଦିନରେ ଆତଙ୍କବାଦ ପ୍ରସଙ୍ଗରେ ଏକାଠି ହୋଇ ଦୁଇ ଦେଶ କାମ କରିବେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି।

ସେ ଆହୁରି କହିଛନ୍ତି ଫ୍ରାନ୍ସ ଆସନ୍ତା ମାସରେ ୩୬ ରାଫେଲ ଲଢୁଆ ବିମାନ ଭାରତକୁ ହସ୍ତାନ୍ତର କରିବ। ଇମାନୁଏଲ ମାକ୍ରନଙ୍କ ପ୍ରତିକ୍ରିୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତା କୌଣସି ସ୍ୱାର୍ଥକୁ ନେଇ ନୁହେଁ ବରଂ ସ୍ୱାଧୀନତା, ସମାନତା ଓ ଭାଇଚାରାକୁ ନେଇ ଗଢ଼ି ଉଠିଛି।

ଉଭୟ ଦେଶ ଲଗାତର ଭାବେ ଆତଙ୍କବାଦର ସାମ୍ନା କରୁଛନ୍ତି। ଏଥିପାଇଁ ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶ ଏକାଠି ହୋଇ ଆଲୋଚନା କରିବେ। ପୂର୍ବରୁ ଫ୍ରାନ୍ସ ଏବଂ ଭାରତ ଜଳବାୟୁ ପରିବର୍ତ୍ତନ, ପରିବେଶ ଓ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ଏକାଠି ଛିଡା ହୋଇଥିଲେ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଜାତିସଂଘର ସୁରକ୍ଷା ପରିଷଦରେ ୧୫ଟି ଦେଶ ମଧ୍ୟରୁ ସ୍ଥାୟୀ ସଦସ୍ୟ ଭାବେ ୫ ସଦସ୍ୟ ରହିଛନ୍ତି। ଏହି ୫ ସ୍ଥାୟୀ ଦେଶ ମଧ୍ୟରେ ଫ୍ରାନ୍ସ ରହିଛି। ପାକିସ୍ତାନ ଯେତେବେଳେ ଚାଇନା ମାଧ୍ୟମରେ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲା ସେତେବେଳେ ଫ୍ରାନ୍ସ ସହିତ ଅନ୍ୟ ୧୨ଟି ଦେଶ ଭାରତ ସମର୍ଥନରେ ବାହାରିଥିଲେ। ପାକିସ୍ତାନକୁ କେବେଳ ଚାଇନା ସମର୍ଥନ କରିଥିଲା।



from Odisha Reporter https://ift.tt/2PkgW78

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages