ଘାଇକୁ ଓଲଟି ପଡ଼ିଲା ସ୍କୁଲ୍‌ ବସ୍; ୯ ଶିଶୁ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଘାଇକୁ ଓଲଟି ପଡ଼ିଲା ସ୍କୁଲ୍‌ ବସ୍; ୯ ଶିଶୁ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୌରିଗଢ଼ୱାଲ-ଲବଗାଁ ମଧ୍ୟରେ ଏକ ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଏକ ଘାଇକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୯ ଜଣଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  କିଛି  ପିଲାଙ୍କର ହାତ , ଗୋଡ଼, ଓ ଶରୀରରେ ଗଭୀର ଆଘାତ ଲାଗିଛି। ଏନଡିଆର୍‌ଏଫ୍‌ର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ବସ୍‌ରେ ୧୮ ଜଣ ପିଲା ଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏହି ଦୁର୍ଘଟଣା ଟେହେରି ଗଡ଼ୱାଲ ନିକଟସ୍ଥ କନସଲି ନିକଟରେ ଘଟିଛି। 

 



from Odisha Reporter https://ift.tt/2T9t1ud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages