ଲଗାଣ ବର୍ଷାରେ ପ୍ରଭାବିତ ହେଲେ ୨ ଲକ୍ଷ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ଲଗାଣ ବର୍ଷାରେ ପ୍ରଭାବିତ ହେଲେ ୨ ଲକ୍ଷ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ସାଧାରଣ ଜୀବନଯାତ୍ରା। ଗମନାଗମନ, ଯୋଗାଯୋଗ ସବୁ ଏକ ପ୍ରକାର ଠପ୍‌ ହୋଇଯାଇଛି। ବିଶେଷ କରି ବୌଦ୍ଧ, ବଲାଙ୍ଗିର କଳାହାଣ୍ଡି ପରି ତଳିଆ ଅଞ୍ଚଳରେ ବନ୍ୟା ବିତ୍ପତ୍ତି ଦେଖାଦେଇଛି।

୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗୀର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି SRC ବିଷ୍ଣୁପଦ ସେଠୀ।

ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୮ଟି ଜିଲ୍ଲାରେ ଅଧିକ ଏବଂ ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ସ୍ଥିତିର ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ NDRF ଟିମ୍, ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ବୋଲି ପ୍ରେସମିଟ୍‌ରେ କହିଛନ୍ତି SRC।



from Odisha Reporter https://ift.tt/2N0t9LK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages