ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସରକାର ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଛନ୍ତି। ଏହାର ମଙ୍ଗ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ସମ୍ଭାଳିଛନ୍ତି। ସେ ବାରମ୍ବାର ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି।
ଏହିକ୍ରମରେ ଇଦ୍ ଶୁଭେଚ୍ଛା ଲୋକଙ୍କୁ ଜଣାଇବା ପାଇଁ ଅଜିତ ଡୋଭାଲ ଗତକାଲି ଦକ୍ଷିଣ କଶ୍ମୀରର ଅନନ୍ତନାଗର ବେହୁଦ ମଣ୍ଡିରେ ପହଞ୍ଚିଥିଲେ। ଏହି ସମୟରେ ସେ ଜଣେ ସ୍ଥାନୀୟ ମେଣ୍ଢା ପାଳକଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ଡୋଭାଲ ଉକ୍ତ ମେଣ୍ଢା ପାଳକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଗୋଟିଏ ମେଣ୍ଢା କେତେ ଟଙ୍କା? ଗୋଟିଏ ମେଣ୍ଢାର ଓଜନ କେତେ ହେବ? କେତେ ଟଙ୍କାରେ ଏହାକୁ କିଣୁଛ ଓ କେତେ ଟଙ୍କାରେ ବିକ୍ରି କରୁଛ? ଏମାନଙ୍କୁ କ’ଣ ଖାଇବାକୁ ଦେଉଛ?”
ଏହାପରେ ଉକ୍ତ ବ୍ୟବସାୟୀ ଜଣଙ୍କ କହିଥିଲେ ଯେ “ଗୋଟିଏ ମେଣ୍ଢା ୩୬ କେଜି। କାର୍ଗିଲ ଓ ଡ୍ରାସରୁ ଏଗୁଡ଼ିକ ଆଣୁଛୁ। ଆପଣ ଡ୍ରାସ ଜାଣିଛନ୍ତି ତ?” ଆଲୋଚନା ପରେ ଡୋଭାଲ ବ୍ୟବସାୟୀମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ।
ସେମାନଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏହାପରେ ଡୋଭାଲ ଅନନ୍ତନାଗର ମେନ୍ ଚୌକକୁ ଯାଇ ଲୋକମାନେ ୧୪୪ ଧାରା ଲାଗୁ ହେବା ଦ୍ୱାରା କ’ଣ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେକଥା ପଚାରି ବୁଝିଥିଲେ।
from Odisha Reporter https://ift.tt/2N06ezU
No comments:
Post a Comment