ହସ୍ପିଟାଲରେ ଭର୍ତ୍ତି ହେଲେ ବୀରଭଦ୍ର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ହସ୍ପିଟାଲରେ ଭର୍ତ୍ତି ହେଲେ ବୀରଭଦ୍ର ସିଂହ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବୀରଭଦ୍ରଙ୍କୁ ଶିମଲା ସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବୀରଭଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଥିବା ଜଣାପଡ଼ିଛି।
ବୀରଭଦ୍ରଅସୁସ୍ଥ ଥିବା ଖବର ପାଇ ଅନେକ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
ବୀରଭଦ୍ର ସିଂହ କଂଗ୍ରେସର ଜଣେ ବରିଷ୍ଠ ନେତା। ସେ ହିମାଚଳ ପ୍ରଦେଶର ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେନ୍ଦ୍ରରେ ମନମୋହନ ସିଂହ ସରକାରରେ ସେ ଇସ୍ପାତ ମନ୍ତ୍ରୀ ମଧ୍ୟ ଥିଲେ।


from Odisha Reporter https://ift.tt/2TeWVNZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages