ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ଅନେକ ଲୋକେ ଘରେ ବାଲ୍କୋନୀ ରଖିବାକୁ ପସନ୍ଦ କରୁଛନ୍ତି। ତେବେ ବାଲ୍କୋନୀ ନିର୍ମାଣ କଲା ବେଳେ ମଧ୍ୟ ବାସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏଥିରେ ବାସ୍ତୁଦୋଷ ରହିଲେ, ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ। ତା’ହେଲେ ଆସନ୍ତୁ ଜାଣିବା ବାଲ୍କୋନୀ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେଉଁ କଥା ଗୁଡ଼ିକ ଉପରେ ଧ୍ୟାନ ଦେବେ।
– ଘରର ବାଲ୍କୋନୀ ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରିବା ଉଚିତ୍। ପଶ୍ଚିମ-ଦକ୍ଷିଣ ଦିଗରେ ବାଲ୍କୋନୀ ନିର୍ମାଣ କରନ୍ତୁ ନାହିଁ।
– ବାଲ୍କୋନୀରେ ଦୋଳି କିମ୍ୱା ଝୁଲା ରଖୁଥିଲେ, ଧ୍ୟାନ ଦିଅନ୍ତୁ ଏଥିରେ ବସୁଥିବା ବ୍ୟକ୍ତିଙ୍କ ମୁହଁ ଯେମିତି ଉତ୍ତର ଓ ଦକ୍ଷିଣ ଦିଗକୁ ରହିବ।
– ବାସ୍ତୁଶାସ୍ତ୍ର ଅନୁସାରେ ବାଲ୍କୋନୀରେ ଛୋଟ ଗଛ ଲଗାଇବା ଶୁଭ।
– ବାଲ୍କୋନୀରେ ଫର୍ଣ୍ଣିଚର ରଖୁଥିଲେ ଦକ୍ଷିଣ-ପଶ୍ଚିମ ଆଡକୁ ମୁହଁ କରି ରଖନ୍ତୁ। ପୂର୍ବ-ଉତ୍ତର ଦିଗ ଆଡକୁ ମୁହଁ କରି ରଖନ୍ତୁ ନାହିଁ।
– ଘରର ଛାତ ସହିତ ମିଶାଇ ବାଲ୍କୋନୀର ଛାତ କରନ୍ତୁ ନାହିଁ। ଘରର ଛାତଠାରୁ ଟିକେ ତଳେ ବାଲୋକନୀର ଛାତ ରହିଲେ ଭଲ।
from Odisha Reporter https://ift.tt/2Ymr4QZ
No comments:
Post a Comment