ସୁସ୍ଥ ରହିବା ପାଇଁ ଏହି ୬ଟି ସମୟରେ ପାଣି ପିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 3, 2019

ସୁସ୍ଥ ରହିବା ପାଇଁ ଏହି ୬ଟି ସମୟରେ ପାଣି ପିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳ ହିଁ ଜୀବନ। ବିନା ଜଳରେ ଏ ଜୀବଜଗତର ସୃଷ୍ଟି ଅସମ୍ଭବ। ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଅତିକମ୍‌ରେ ୨ ଲିଟର ପାଣି ପିଇବା ଆବଶ୍ୟକ। ଜଳ ଶରୀରର ତାପାମତ୍ରାକୁ ନିୟନ୍ତ୍ରଣ କରେ, ପୂରା ଶରୀରକୁ ଅମ୍ଳଜାନ ଯୋଗାଏ, ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହିତ ଆହୁରି ଅନେକ କାର୍ଯ୍ୟ କରିଥାଏ। ତେବେ ପ୍ରତ୍ୟେକ ଦିନ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କେତେ ବେଳେ ପାଣି ପିଇବେ। ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଇବୁ।

୧. ସକାଳୁ ଉଠି ପାଣି ପିଅନ୍ତୁ
ସକାଳେ ବିଛଣା ଛାଡ଼ିବା ପରେ ଗୋଟିଏ ଗ୍ଲାସ୍‌ ପାଣି ପିଅନ୍ତୁ। ଏହା ଆପଣଙ୍କ ଶରୀରରୁ ଟକ୍ସିନ୍‌ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କୁ ଦିନସାରା ଫ୍ରେଶ୍‌ ରହିବା ପାଇଁ ଶକ୍ତି ଯୋଗାଇଥାଏ। ହାଲ୍‌କା ଉଷୁମ୍ ବା ନଖ ଉଷୁମ୍ ପାଣି ପିଇଲେ ଅଧିକ ଭଲ। ତେବେ ମନେ ରଖନ୍ତୁ ଫ୍ରିଜ୍‌ ପାଣି ପିଇବେ ନାହିଁ।

 

୨. ଖାଇବା ପୂର୍ବରୁ ଅଳ୍ପ ପାଣି ପିଅନ୍ତୁ
ଯଦି ଆପଣଙ୍କର ଅଧିକ ଖାଇବା ଅଭ୍ୟାସ ଅଛି, ତେବେ ଖାଇବାର କିଛି ସମୟ ପୂର୍ବରୁ ପାଣି ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟ ଭର୍ତ୍ତି ହେଲା ଭଳି ଲାଗିବ ଓ ଆପଣଙ୍କୁ ଅଧିକ ଖାଇବାକୁ ଇଚ୍ଛା ହେବ ନାହିଁ। ଆହୁରି ମଧ୍ୟ ଖାଦ୍ୟ ଖାଇବାର ୩୦ ମିନିଟ୍‌ ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ଏହା ଆପଣଙ୍କର ସ୍ୱାଦ ଗ୍ରନ୍ଥିକୁ ଖୋଲିଥାଏ ଏବଂ ପାକସ୍ଥଳୀକୁ ମଶ୍ଚରାଇଜ୍‌ କରିଥାଏ।

୩. ଭୋକ ଲାଗିଲେ ପାଣି ପିଅନ୍ତୁ
ଯଦି ଆପଣଙ୍କୁ ଭୋକ ଲାଗୁଛି ଓ ଆପଣ କୌଣସି କାରଣ ବଶତଃ ଭୋଜନ କରି ପାରୁ ନାହାନ୍ତି, ତା’ହେଲେ ସେତେବେଳେ ଗୋଟିଏ ଗ୍ଲାସ୍ ପାଣି ନିଶ୍ଚିତ ପିଅନ୍ତୁ। ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେସନ୍‌ରୁ ବି ରକ୍ଷା କରିଥାଏ।

 

୪. ୱାର୍କଆଉଟ୍‌ ପୂର୍ବରୁ ଓ ପରେ ପାଣି ପିଅନ୍ତୁ
ଡିହାଇଡ୍ରେସନ୍‌ରୁ ଶରୀରକୁ ରକ୍ଷା କରିବା ପାଇଁ ୱାର୍କ ଆଉଟ୍‌ ପୂର୍ବରୁ ଓ ପରେ ପାଣି ପିଅନ୍ତୁ। ଏହି ସମୟରେ ଅଧିକ ଝାଳ ବାହାରୁ ଥିବାରୁ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ସନ୍ତୁଳନ ଠିକ୍‌ ରହିଥାଏ। ୱାର୍କଆଉଟ୍ ପୂର୍ବରୁ ଗୋଟିଏ ଗ୍ଲାସ୍ ପାଇ ପିଇଲେ ଚଳିବ। ତେବେ ମନେ ରଖନ୍ତୁ, ୱାର୍କଆଉଟ୍ ପରେ ଝାଳ ବାହାରୁଥିବା ସମୟରେ ପାଣି ପିଅନ୍ତୁ ନାହିଁ। ଟିକେ ସମୟ ଆରାମ କଲା ପରେ ଓ ଝାଳ ଶୁଖିଗଲା ପରେ ପାଣି ପିଅନ୍ତୁ। ସେହିପରି ଏକାସଙ୍ଗେ ଦୁଇ-ତିନି ଗ୍ଲାସ୍ ପାଣି ପିଅନ୍ତୁ ନାହିଁ। ଅଳ୍ପ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ କରି ପାଣି ପିଅନ୍ତୁ।

୫. ଅସୁସ୍ଥ ଥିଲେ ପାଣି ପିଅନ୍ତୁ
ଅସୁସ୍ଥ ଥିବା ସମୟରେ ଅଧିକ ପାଣି ପିଅନ୍ତୁ। ଏହା ଶରୀରକୁ ଡିହାଇଡ୍ରେସନ୍‌ରୁ ରକ୍ଷା କରିବା ସହିତ ଟକ୍ସିନ୍‌କୁ ବାହାର କରିଥାଏ ଏବଂ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ। ଅସୁସ୍ଥତା ସମୟରେ ପାଣିକୁ ଫୁଟାଇ ଥଣ୍ଡା କରି ପିଇଲେ ଭଲ ।

 

୬. ଥକା ଲାଗିବା ସମୟରେ ପାଣି ପିଅନ୍ତୁ
ଯଦି ଆପଣଙ୍କୁ ଥକା ଲାଗୁଛି ଏବଂ ବିଶ୍ରାମ ନେବା ପାଇଁ ସମୟ ନାହିଁ, ତେବେ ପାଣି ପିଅନ୍ତୁ। ହୁଏତ ଆପଣଙ୍କୁ ଜଣାନଥିବ ଯେ, ଶରୀରରେ ଜଳୀୟଅଂଶର ମାତ୍ରା କମିବା ଯୋଗୁ ମଧ୍ୟ ଥକା ଲାଗିଥାଏ। ଏହି ସମୟରେ ପାଣି ପିଇଲେ ଶରୀରକୁ ଶକ୍ତି ମିଳିଥାଏ।



from Odisha Reporter https://ift.tt/2yAD6XJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages