ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ନେଇ ଲୋକଙ୍କ ସହ ଯୋଡ଼ି ହେବ ଭାରତୀୟ ଜନତା ପାର୍ଟି (ବିଜେପି)। ଏଥିପାଇଁ ବିଜେପି ସାରା ଦେଶରେ ଜନ ଜାଗରଣ ଏବଂ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଦଳର ସଭାପତି ଅମିତ ଶାହ, କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ବରିଷ୍ଠ ମନ୍ତ୍ରୀ ମାନେ ସାମିଲ୍ ହେବେ। ଏଥିପାଇଁ ଗତକାଲି ଶ୍ରୀ ନଡ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା।
ଦଳ ପକ୍ଷରୁ ସମାନ୍ତରାଳ ଭାବରେ ଜନ ଜାଗରଣ ଏବଂ ଜନ ସମ୍ପର୍କ ଅଭିଯାନ ଚଳାଇବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜନ ସମ୍ପର୍କ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନେତୃତ୍ୱରେ ଜନ ଜାଗରଣ ଅଭିଯାନ ଆରମ୍ଭ ହେବ। ଏହି ଦୁଇଟି କାର୍ଯ୍ୟକ୍ରମ ଜରିଆରେ ବିଜେପି ଲୋକଙ୍କ ସହ ଯୋଡ଼ି ହେବା ସହ ଧାରା ୩୭୦ ଉଚ୍ଛେଦ କାହିଁକି ହେଲା, ଏହାପରେ କଣ ହେବ ଇତ୍ୟାଦି ବାବଦରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଛୋଟିଆ ଛୋଟିଆ ସଭା ହେବ। ୧ ସେପ୍ଚେମ୍ୱରରୁ ୩୦ ସେପ୍ଟେମ୍ୱର ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅସାମ୍ୱିଧାନିକ କହି କଂଗ୍ରେସ ଶାସକ ଦଳ ତଥା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛି। ଏଭଳି ସ୍ଥିତିରେ ସରକାର ଜମ୍ମୁ କଶ୍ମୀର ପ୍ରସଙ୍ଗରେ କାହିଁକି ଏଭଳି ନିଷ୍ପତ୍ତି ନେଲେ ଓ ଏହା ଦ୍ୱାରା ଜମ୍ମୁ କଶ୍ମୀରବାସୀ କଣ ଲାଭ ପାଇବେ ଇତ୍ୟାଦି ପ୍ରଶ୍ନର ଉତ୍ତର ଲୋକଙ୍କ ପାଖରେ ପହଞ୍ଚାଇବେ।
from Odisha Reporter https://ift.tt/2HhZvO8
No comments:
Post a Comment