ନୂଆଦିଲ୍ଲୀ: ଟ୍ରକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଥିବା ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଆଇନଜୀବୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେ ଉଭୟ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ରହିଥିବା ଡାକ୍ତର କହିଛନ୍ତି।
ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶ ରାଏବରେଲି ଜିଲ୍ଲାରେ ପୀଡ଼ିତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାର ଭିତରେ ଥିବା ତାଙ୍କ ମାଉସୀ ଏବଂ ଖୁଡ଼ୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ସେ ଓ ତାଙ୍କ ଓକିଲ ଗୁରୁତର ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୁପ୍ରିମକୋର୍ଟ ତୁରନ୍ତ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସୋମବାର ପୀଡ଼ିତା ଏମ୍ସରେ ଭର୍ତ୍ତି ହୋଇଥିଲେ।
ସେହିପରି ଦୁର୍ଘଟଣାରେ ପୀଡ଼ିତାଙ୍କ ଓକିଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ସେ ଏମ୍ସରେ ଭର୍ତ୍ତି ହୋଇଥିବା ଏମ୍ସ କତ୍ତୃପକ୍ଷ କହିଛନ୍ତି।
ଦିଲ୍ଲୀ ଏମ୍ସର ମିଡିଆ ସେଲର ଅଧ୍ୟକ୍ଷ ଆରତୀ ଭିଜ୍ କହିଛନ୍ତି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
୨୦୧୭ରେ ପୀଡ଼ିତା ଜଣଙ୍କ ନାବାଳିକା ଥିବା ବେଳେ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ବାସଭବନକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ସେ ବିଧାୟକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏବେ ବିଧାୟକ ସେନଗାରଙ୍କୁ ବିଜେପି ଦଳରୁ ବହିଷ୍କାର କରିଛି। ଏବେ ସିବିଆଇ ଏହି ଦୁଷ୍କର୍ମ ଘଟଣା ତଦନ୍ତ କରୁଛି।
from Odisha Reporter https://ift.tt/2YtAjyW
No comments:
Post a Comment