ପ୍ରିୟଙ୍କାଙ୍କ ସପକ୍ଷରେ ବାହାରିଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ପ୍ରିୟଙ୍କାଙ୍କ ସପକ୍ଷରେ ବାହାରିଲେ କଙ୍ଗନା

ମୁମ୍ବାଇ: ପାକିସ୍ତାନ ଏବେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପଛରେ ପଡ଼ି ଯାଇଛି। କଶ୍ମୀର ପ୍ରସଙ୍ଗରେ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ସବୁ ଉଦ୍ୟମ ବିଫଳ ହେବା ପରେ ପାକିସ୍ତାନ ପ୍ରିୟଙ୍କାଙ୍କୁ ଜାତିସଂଘର ‘ଗୁଡ୍‌ୱିଲ ଆମ୍ବାସଡର୍ ଫର୍‌ ପିସ୍‌’ ପଦରୁ ହଟାଇବାକୁ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ପାକିସ୍ତାନ ଜାତିସଂଘକୁ ଏକ ଚିଠି ମଧ୍ୟ ଲେଖିଛି। ଏହି ଚିଠିରେ ପାକିସ୍ତାନ ଲେଖିଛି, ପ୍ରିୟଙ୍କା ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି, ଯାହାକି ‘ଗୁଡ୍‌ୱିଲ ଆମ୍ବାସଡର ଫର୍ ପିସ୍‌’ ହିସାବରେ ତାଙ୍କୁ ଦେବାର ନଥିଲା। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରମାଣୁ ମନ୍ତବ୍ୟକୁ ପ୍ରିୟଙ୍କା ସମର୍ଥନ କରିଥିବା ପାକିସ୍ତାନ ଏହି ଚିଠିରେ ଉଲ୍ଲେଖ କରିଛି।

ପୂର୍ବରୁ କିଛି ପାକିସ୍ତାନୀ ଅଭିନେତ୍ରୀ ମଧ୍ୟ ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବାକୁ ଦାବି କରିଥିଲେ। ତେବେ ଏଭଳି ସ୍ଥିତିରେ ଦେଶୀ ଗର୍ଲଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାନାୱତ୍‌।

କଙ୍ଗନା କହିଛନ୍ତି, କର୍ତ୍ତବ୍ୟ ଓ ଇମୋସନ୍‌ ମଧ୍ୟରେ ଫସିଗଲେ, ସେଥିରୁ ଗୋଟିଏ ବାଛିବା କଷ୍ଟକର ହୋଇ ପଡ଼ିଥାଏ। ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ପଦରେ ଥିବାରୁ ଆପଣ ନିଜକୁ ଗୋଟିଏ ଦେଶର ସୀମା ମଧ୍ୟରେ ବାନ୍ଧି ରଖିବା ଉଚିତ୍‌ ନୁହେଁ। ହେଲେ ଦୁନିଆରେ ଏମିତି କେତେ ଲୋକ ଅଛନ୍ତି, ଯେଉଁମାନେ ମସ୍ତିଷ୍କ ନୁହେଁ ନିଜ ହୃଦୟର କଥା କୁହନ୍ତି?

ସୂଚନାଯୋଗ୍ୟ, କିଛି ଦିନ ତଳେ ଆମେରିକାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରିୟଙ୍କାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ପାକିସ୍ତାନୀ ମହିଳା ପ୍ରିୟଙ୍କା ଯୁଦ୍ଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଥିଲେ। ଅବଶ୍ୟ ପ୍ରିୟଙ୍କା ବି ତାଙ୍କୁ କଡ଼ା ଜବାବ ଦେଇଥିଲେ।

ସେ କହିଥିଲେ, ମୁଁ ଭାରତୀୟ ହୋଇଥିଲେ ବି ମୋର ପାକିସ୍ତାନରେ ବହୁ ବନ୍ଧୁ ଅଛନ୍ତି। ମୁଁ ଯୁଦ୍ଧ ସପକ୍ଷରେ ନୁହେଁ।  ହେଲେ ମୁଁ ଜଣେ ସଚ୍ଚା ଦେଶଭକ୍ତ।



from Odisha Reporter https://ift.tt/33S4aQv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages