ଚର୍ଚ୍ଚାରେ ଏ ଦୁହିଁଙ୍କ ବନ୍ଧୁତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ଚର୍ଚ୍ଚାରେ ଏ ଦୁହିଁଙ୍କ ବନ୍ଧୁତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାଦିନର ଧୂଳି ଖେଳରେ ନୁହେଁ, ରଙ୍ଗୀନ ପରଦାରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଥରେ ନୁହେଁ, ଅନେକ ଥର। ଚପଳ ଚାହାଣୀରେ ଦୁହେଁ ଦୁହିଁଙ୍କୁ କେବଳ ଦେଖୁଥିଲେ।  ଅନେକ ଦିନ ପରେ ପୁଣି ଯେତେବେଳେ ଦେଖା ହେଲା ସେଦିନର ରଙ୍ଗମଖା ମୁହଁ ଝାପ୍‌ସା ଦିଶୁଥିଲା। କିନ୍ତୁ ସେଦିନର ସେଇ ଚପଳ ଚାହାଣୀର ଆକର୍ଷଣ ହଜି ଯାଇ ନ ଥିଲା। ସେଇ ଚପଳ ବନ୍ଧୁତ୍ୱ ଆଜି ସମୟ ସ୍ରୋତରେ ନିବିଡ଼ ହୋଇଛି। ଏତେ ନିବିଡ଼ ଯେ, ଓଲିଉଡରେ ଚର୍ଚ୍ଚାର ବିଷୟ ହୋଇଛି। ହଁ, ଆମେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଓ ଶିବାନୀଙ୍କ କଥା ହିଁ କହୁଛୁ। ଆପଣମାନେ ବି ସେମାନଙ୍କ ଦୋସ୍ତି ବିଷୟରେ ଜାଣିଥିବେ। ତେବେ କେବଠୁ ଆରମ୍ଭ ହେଲା ଏହି ବନ୍ଧୁତ୍ୱ, ତାହା ଆପଣ ଜାଣନ୍ତି?

ଭୂମିକା ଓ ଶିବାନୀ ଗୋଟିଏ ସ୍କୁଲ୍‌ରେ ପଢୁ ନଥିଲେ। ସେମାନେ ଗୋଟିଏ ଶ୍ରେଣୀର ବି ନୁହନ୍ତି। ତେବେ ଓଲିଉଡ୍‌ରେ ନାୟିକା ଭାବେ ପାଦ ଥାପିବା ପୂର୍ବରୁ ଦୁହେଁ ଥିଲେ ଶିଶୁ କଳାକାର। ଭୂମିକା ଉଭୟ ଫିଲ୍ମ ଓ ଟେଲିଭିଜନରେ ଶିଶୁ କଳାକାର ଭାବେ କାର୍ଯ୍ୟ କରିଥିବା ବେଳେ ଶିବାନୀ କେବଳ ଟେଲିଭିଜନରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତେଣୁ ଉଭୟ ପରସ୍ପରକୁ କେବଳ ଜାଣିଥିଲେ। ହେଲେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ବୋଲି କିଛି ନଥିଲା।

୨୦୧୭ରେ ଉଭୟ ଶିବାନୀ ଓ ଭୂମିକା ଓଲିଉଡ୍‌ରେ ନାୟିକା ଭାବେ ଡେବ୍ୟୁ କରିଥିଲେ। ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଭୂମିକା ଓ ‘ସିଷ୍ଟର ଶ୍ରୀଦେବୀ’ ମାଧ୍ୟମରେ ଶିବାନୀ ଡେବ୍ୟୁ କରିଥିଲେ। ଏକା ବର୍ଷ ଦୁହିଁଙ୍କ ଫିଲ୍ମ ରିଲିଜ୍‌ ହେବା ପରେ ଅଧିକାଂଶ ଇଭେଣ୍ଟ ଏବଂ ଫଙ୍କସନ୍‌ରେ ସେମାନେ ପରସ୍ପରକୁ ଭେଟିଥିଲେ। ଆଉ ଦୁହିଁଙ୍କର ସ୍ୱଭାବ କିଛିଟା ମେଳ ଖାଉଥିବାରୁ ଦୁହେଁ ଧୀରେ ଧୀରେ ପରସ୍ପରର ଭଲ ସାଙ୍ଗ ହୋଇଗଲେ।

ଉଭୟ ଭୂମିକା ଓ ଶିବାନୀ ସମୟ ପାଇଲେ ପରସ୍ପରଙ୍କ ଘରକୁ ଯାଆନ୍ତି। ଏପରିକି ସମୟ ମିଳିଳେ ପରସ୍ପରର ଶୁଟିଂ ସେଟ୍‌କୁ ମଧ୍ୟ ଯାଆନ୍ତି। ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ର ଶୁଟିଂ ଚାଲିଥିବା ବେଳେ ଶିବାନୀ ସେଠାକୁ ଯାଇଥିଲେ। ସେଠାରେ ସେ ଭୂମିକାଙ୍କ ସହିତ ମଜାମସ୍ତି କରିବାର ଭିଡିଓ ସାମ୍ନାକୁ ଆସିଥିଲା। ଦର୍ଶକମାନେ ଏ ଦୁହିଁଙ୍କ ଅଭିନୟକୁ ନେଇ ଆଲୋଚନା କରୁଥିବା ବେଳେ ଓଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏ ଦୁହିଁଙ୍କ ବନ୍ଧୁତା ଉପରେ ଚର୍ଚ୍ଚା ହୋଇଥାଏ।

 

 



from Odisha Reporter https://ift.tt/31dZTEY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages