ଏନଆରସି ତାଲିକାରୁ ବାଦ୍ ପଡ଼ିଲେ ୧୯ ଲକ୍ଷ ୬ ହଜାର ୬୫୭ ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 30, 2019

ଏନଆରସି ତାଲିକାରୁ ବାଦ୍ ପଡ଼ିଲେ ୧୯ ଲକ୍ଷ ୬ ହଜାର ୬୫୭ ବ୍ୟକ୍ତି

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଆଜି ପ୍ରକାଶ କରିଛି ଆସାମର ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି)। ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ସାମିଲ୍ ହୋଇଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ଏନଆରସି ତାଲିକାରୁ ବାଦ୍ ପଡ଼ିଛନ୍ତି। ଯେଉଁମାନେ ଏହି ତାଲିକାକୁ ନେଇ ସନ୍ତୋଷ ନାହାନ୍ତି ସେମାନେ ଚାହିଁଲେ ଆସାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୪୦୦ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏଥିପାଇଁ ୧୨୦ ଦିନର ମହଲତ ଦେଇଛନ୍ତି ସରକାର। ରାଜ୍ୟରେ ହିଂସା ସମ୍ଭାବନାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଅତିସମ୍ୱେଦନଶୀଳ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ଆସାମ ଡିଜିପି କୁଲାଧାର ସୌକିୟା କହିଛନ୍ତି କେହି ବି ଅପପ୍ରଚାର କରିବା ପାଇଁ ଚେଷ୍ଟା କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରକାଶିତ ଏନଆରସି ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କିଭଳି ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ସାମିଲ୍ କରିହେବ ସେ ନେଇ ଯୋଜନା ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏନଆରସିକୁ ନେଇ କଂଗ୍ରେସ ମଧ୍ୟ ଏକ ବୈଠକ ଡ଼କାଇଛି। ଆଜି କଂଗ୍ରେସର ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କୁ ନେଇ ଏନଆରସି ବାବଦରେ ବୈଠକ ବସିବ।

ସୂଚନାଯୋଗ୍ୟ,୧୯୭୯ରୁ ୧୯୮୫ ସମୟରେ ଆସାମାରେ ଦୀର୍ଘ ୬ ବର୍ଷ ମଧ୍ୟରେ ବଡ଼ ବଡ଼ ଆନ୍ଦୋଳନ ହୋଇଛି। ଏହି ସମୟରେ ଅନେକ ବାଂଲାଦେଶୀ ଆସି ଆସାମରେ ବସବାସ କରିଥିବା ଜଣାପଡ଼ିଥିଲା। ତେଣୁ ଆସାମ ବାସୀଙ୍କ ପାଇଁ ଏନଆରସି ତାଲିକା ଜରୁରୀ ହୋଇ ପଡ଼ିଥିଲା।

ଆସାମର ଏହି ଏନଆରସି ତାଲିକା ପ୍ରଥମେ ୧୯୫୧ରେ ଜାରି ହୋଇଥିଲା। କିନ୍ତୁ ଜୁଲାଇ ୩୦ ୨୦୧୮ରେ ଡ୍ରାଫ୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ ୪୦ ଲକ୍ଷ ୭ ହଜାର ଲୋକ ବାଦ୍ ପଡ଼ିଥିଲେ।

୨୦୦୫ରେ ମନମୋହନ ସିଂହ ସରକାର ସମୟରେ କେନ୍ଦ୍ର ସରକାର, ଆସାମ ସରକାର ଓ ଅଲ ଆସାମ୍ ଷ୍ଟୁଡେଣ୍ଟସ ୟୁନିଅନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଥିଲା। ଯେଉଁଥିରେ ଆସାମ ରାଜ୍ୟ ଗଠନ ହେବା ବେଳେ ଦିଆଯାଇଥିବା ପ୍ରତିଶୃତି ଏନଆରସି ତାଲିକାକୁ ଅପଡେଟ୍ କରିବା ପାଇଁ ସହମତି ପ୍ରକାଶ ପାଇଥିଲା।

ଏହାପରେ ୨୦୧୩ରେ ସୁପ୍ରିମକୋର୍ଟ ଏନଆରସି ତାଲିକା ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରକୃତରେ ଏହି କାମ ଫେବୃଆରୀ ୨୦୧୫ରେ ଆରମ୍ଭ ହୋଇଥିଲା।



from Odisha Reporter https://ift.tt/2Uns8PA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages