ପାକିସ୍ତାନୀଙ୍କ ପାଟି ଚୁପ୍ କରିଦେଲେ ଅଦ୍‌ନାନ୍‌ ସାମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 15, 2019

ପାକିସ୍ତାନୀଙ୍କ ପାଟି ଚୁପ୍ କରିଦେଲେ ଅଦ୍‌ନାନ୍‌ ସାମି

ମୁମ୍ବାଇ: ବଲିଉଡ୍‌ ଗାୟକ ଅଦ୍‌ନାନ୍ ସାମି ୩ ବର୍ଷ ହେଲାଣି ସପରିବାରେ ଭାରତରେ ରହୁଛନ୍ତି। ୨୦୧୬ରୁ ତାଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି। ବିଭିନ୍ନ ପ୍ରସଙ୍ଗରେ ସେ ଭାରତକୁ ସମର୍ଥନ କରନ୍ତି ଓ ସେଥିପାଇଁ ପାକିସ୍ତାନୀମାନେ ତାଙ୍କ ଉପରେ ଖୁବ୍ ରାଗନ୍ତି ଏବଂ ସମାଲୋଚନା କରନ୍ତି।

ଏବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଏ ପ୍ରସଙ୍ଗରେ ପାକିସ୍ତାନର ବିଭିନ୍ନ ବର୍ଗର ଲୋକେ ଭାରତକୁ ସମାଲୋଚନା କରି ଭାରତୀୟଙ୍କ ଦ୍ୱାରା ସୋଶାଲ୍ ମିଡିଆରେ ଟ୍ରୋଲ୍‌ର ଶିକାର ହେଉଛନ୍ତି। ଏ ନେଇ ବୟାନବାଜି ଜାରି ରହିଥିବା ବେଳେ ଜଣେ ପାକିସ୍ତାନୀ ଟ୍ୱିଟର୍‌ ୟୁଜର ଅଦ୍‌ନାନ୍‌ ସାମିଙ୍କୁ ଘେରିବାକୁ ପ୍ରୟାସ କରିଥିଲେ।

ସେ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଲେଖିଥିଲେ,“ଅଦ୍‌ନାନ୍‌ ସାମି, ଯଦି ତୁମର ସାହସ ଅଛି, ତା’ହେଲେ କଶ୍ମୀର ପ୍ରସଙ୍ଗରେ ମେସେଜ କରିକି ଦେଖାଅ। ତା’ପରେ ଦେଖିବ ଭାରତ ତୁମର କ’ଣ ଅବସ୍ଥା କରୁଛି।”

ଅଦ୍‌ନାନ୍‌ ତାଙ୍କୁ କଡ଼ା ଜବାବ ଦେଇ ତାଙ୍କ ପାଟି ଚୁପ୍ କରି ଦେଇଥିଲେ। ସେ ଲେଖିଥିଲେ,“କାହିଁକି ନୁହେଁ… କଶ୍ମୀର ଭାରତ ଅବିଚ୍ଛେଦ ଅଂଶ। ଯେଉଁ କଥା ସହିତ ତୁମର କିଛି ସଂପର୍କ ନାହିଁ ସେଥିରେ ମୁଣ୍ଡ ଖେଳାଅ ନାହିଁ।”


ଅଦ୍‌ନାନ୍‌ଙ୍କ ଏହି ଟ୍ୱିଟ୍ ପଢ଼ି ପାକିସ୍ତାନୀ ଟ୍ୱିଟର୍ ୟୁଜରମାନେ ଖୁବ୍ ରାଗି ଯାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ୟୁଜର୍‌ମାନେ ଅଦ୍‌ନାନ୍‌ଙ୍କୁ ପ୍ରଶଂସା କରିଛନ୍ତି।

ସେହିପରି ଅନ୍ୟ ଜଣେ ପାକିସ୍ତାନୀ ଟ୍ୱିଟ୍ କରି ଅଦ୍‌ନାନ୍‌ଙ୍କୁ ତାଙ୍କ ବାପା କେଉଁଠି ଜନ୍ମ ହୋଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ ଲେଖିଥିଲେ, “ମୋ ବାପା ୧୯୪୨ ମସିହାରେ ଭାରତରେ ଜନ୍ମ ହୋଇଥିଲେ। ୨୦୦୯ରେ ସେ ଭାରତରେ ଶେଷ ନିଃଶ୍ୱାସ ତ୍ୟାଗ କଲେ।” ଏହା ସହିତ ସେ ଲେଖିଥିଲେ, ତା’ପରେ ଅର୍ଥାତ୍‌ ଆଉ କ’ଣ ପଚାରିବାର ଅଛି ପଚାର।

ଅଦ୍‌ନାନ୍‌ଙ୍କୁ ଟ୍ରୋଲ୍ କରୁଥିବା ଆଉ ଜଣେ ୟୁଜର ଶେଷ ଥର କେବେ ଗୋରୁ ମାଂସ ଖାଇଥିଲ ବୋଲି ପଚାରିଥିଲେ। ଏହାର ଜବାବରେ ସେ କହିଥିଲେ,“ଦୁନିଆ ଜାଣିଛି ମୁଁ କେତେ ଖାଇଛି। ମୋତେ ଲାଗୁଛି, ତୁମେ ସବୁବେଳେ ଗୋରୁ ମାଂସ ଖାଅ। ସେହି ମହାନ୍‌ ଉପଲବ୍ଧି ଛଡ଼ା ତୁମେ ଆଉ କ’ଣ ପାଇଛ, ଋଣ ଓ ଓଜନ ବଢ଼ାଇବାକୁ ଛାଡ଼ିଦେଲେ?”


ସୂଚନାଯୋଗ୍ୟ, ଅଦ୍‌ନାନଙ୍କ ବାପା ପାକିସ୍ତାନ ବାୟୁ ସେନାରେ ପାଇଲଟ୍ ଥିଲେ। ପରେ ସେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ ୧୪ଟି ଦେଶରେ କାର୍ଯ୍ୟ କରିଥିଲେ। ଅଦ୍‌ନାନ୍ ଲଣ୍ଡନରେ ଜନ୍ମ ହୋଇଥିଲେ ଓ ସେଠାରେ ବଢ଼ିଥିଲେ। ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅଦ୍‌ନାନଙ୍କୁ ‘କଭି ତୋ ନଜର ମିଲାଓ’ ଓ ‘ମୁଝ୍‌କୋ ଭି ତୋ ଲିଫ୍ଟ କରା ଦୋ’ ଗୀତରୁ ଗାୟକ ଭାବେ ପରିଚୟ ପାଇଥିଲେ।



from Odisha Reporter https://ift.tt/31JhKnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages