ମାଲକାନଗିରି (ଜିତେନ୍ଦ୍ର ବେଉରା): କାମ ସମୟରେ ଅଫିସ୍ରେ ଯାଦୁ ଦେଖିଲେ ଅଫିସର୍ ଓ କର୍ମଚାରୀ। ଆଉ ଉକ୍ତ ସମୟର ଭିଡ଼ିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡ଼ିଓଟିକୁ ଦେଖି ଲୋକେ ଏହି ଅଫିସ୍ କର୍ମଚାରୀଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।
ଭାଇରାଲ୍ ହୋଇଥିବା ଏହି ଭିଡ଼ିଓଟି ମାଲକାନଗିରି ମ୍ୟୁନିସିପାଲିଟି ଅଫିସ୍ର। ଜଣେ ବ୍ୟକ୍ତି ଏହି ଭିଡ଼ିଓ ଶୁଟ୍ କରି ପ୍ରଥମେ ହ୍ୱାଟ୍ସଆପ୍ରେ ଛାଡ଼ି ଥିଲେ ବୋଲି ଜଣାପଡ଼ିଛି। ଭିଡ଼ିଓଟି ଦିନ ୧୧ଟା ୪୦ ମିନିଟ୍ ପାଖାପାଖି ଶୁଟ୍ ହୋଇଛି। ଭିଡିଓରେ ଦେଖାଯାଉଥିବା କାନ୍ଥଘଣ୍ଟାରୁ ଏହା ସ୍ପଷ୍ଟ ହେଉଛି। ସାଧାରଣତଃ ଏହି ସମୟରେ କାମ ଭିଡ଼ ରହିବା କଥା। କିନ୍ତୁ ସରକାରୀ ବାବୁ ଓ କର୍ମଚାରୀମାନେ କାମଦାମ ଛାଡ଼ି ଏସି ଚାମ୍ବରରେ ବସି ଯାଦୁ ଖେଳର ମଜା ନେଉଛନ୍ତି। ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯାଦୁଖେଳ ଦେଖି କିଏ ଖୁସି ହୋଇଯାଉଛନ୍ତି ତ ଆଉ କିଏ ଏହାକୁ ମୋବାଇଲ୍ରେ ଶୁଟିଂ କରିବାରେ ବ୍ୟସ୍ତ ଅଛନ୍ତି।
ଭାଇରାଲ୍ ଭିଡ଼ିଓଟିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ଚର୍ଚ୍ଚା କରୁଛନ୍ତି ଯେ, ବିଭିନ୍ନ କାମରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ ବି କାମ ହେଉ ନଥିବା ବେଳେ ସରକାରୀ ବାବୁମାନେ ଅଫିସ୍ ସମୟରେ ଯାଦୁ ଖେଳ ଦେଖି ମଜା ନେଉଛନ୍ତି।
ତେବେ ଏ ନେଇ ମ୍ୟୁନିସିପାଲିଟି ଅଫିସ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳକଣ୍ଠ ନାଇଡୁ କହିଛନ୍ତି, ସେ ସବୁ ଅଫିସ୍ ଓ ସ୍କୁଲ୍କୁ ଯାଇ ଯାଦୁ ଦେଖାନ୍ତି। ଆମ ଅଫିସ୍କୁ ବି ଆସି ଦେଖାଇଥିଲେ।
ସୂଚନାଯୋଗ୍ୟ, ଜୁନ୍ ମାସରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି ନର୍ସ କାମ ସମୟରେ ଟିକ୍ଟକ୍ ଭିଡିଓ କରି ଚର୍ଚ୍ଚାକୁ ଆସିଥିଲେ।
from Odisha Reporter https://ift.tt/2zAK7Ir
No comments:
Post a Comment