କିଛି ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ହୋଇଥାଏ। ବିଭିନ୍ନ ଘରେ ବିଭିନ୍ନ କାରଣରୁ କଳି,ଝଗଡ଼ା ହୁଏ। ତେବେ ଅନେକ ସମୟରେ ଦେଖାଯାଏ, ଗୋଟିଏ ଗୋଟିଏ ଘରେ ସେମିତି କିଛି ବିଶେଷ କାରଣ ନଥାଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ହୋଇଥାଏ। ଏପରି ସ୍ଥଳେ ଘରର ବାସ୍ତୁଦୋଷକୁ ଏଡ଼ାଇ ଦିଅନ୍ତୁ ନାହିଁ। କୁହାଯାଏ, ବେଡ୍ରୁମ୍ରେ ବାସ୍ତୁଦୋଷ ରହିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି,ଝଗଡ଼ା ହୋଇଥାଏ। ଯଦି ବେଡ୍ରୁମ୍ ବାସ୍ତୁ ଅନୁସାରେ ତିଆରି ହୋଇଛି, ତା’ହେଲେ ସେଠାରେ ରଖୁଥିବା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। କାରଣ ଏମିତି କିଛି ଜିନିଷ ରହିଛି, ଯେଉଁଗୁଡ଼ିକୁ ବେଡ୍ରୁମ୍ରେ ରଖିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ସେସବୁ ଜିନିଷ ବିଷୟରେ କହିବୁ।
ଚପଲ: ଆପଣ ଯେଉଁ ଘରେ ଶୋଉଛନ୍ତି, ସେ ଘରେ ଚପଲ ବା ସକ୍ସ ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏI
ଝାଡୁ: ଶୋଇବା ଘରେ ଝାଡ଼ୁ ରଖନ୍ତୁ ନାହିଁ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପଛରେ ଏହା ବଡ଼ କାରଣ ହୋଇଥାଏ।
ଚିରା ପୋଷାକ: ବେଳେ ବେଳେ ଆପଣଙ୍କ ବେଡ୍ରୁମ୍ରେ ଚିରାଫଟା କପଡ଼ା ରହିଯାଇଥାଏ। ଏହାକୁ ତୁରନ୍ତ ସେ ରୁମ୍ରୁ ବାହାର କରିଦିଅନ୍ତୁ I ବେଡ୍ରୁମ୍ରେ ଫଟା କପଡ଼ା ରଖିବା ଦ୍ୱାରା ଆପଣ ବିପଦକୁ ଆମନ୍ତ୍ରଣ କରିଥା’ନ୍ତି।
ପଲଥିନ୍: ଶୋଇବା ଘରେ କେବେ ବି ପଲଥିନ୍ ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ଘରେ ଅଯଥା କଳି ଝଗଡ଼ା ସୃଷ୍ଟି ହୋଇଥାଏ। ତେଣୁ ଏହି ଜିନିଷକୁ ତୁରନ୍ତ ନିଜ ବେଡ୍ରୁମ୍ରୁ କାଢ଼ି ଦିଅନ୍ତୁI
ଟିଭି: ବେଡ୍ରୁମ୍ରେ କେବେ ହେଲେ ଟିଭି ରଖନ୍ତୁ ନାହିଁ। ଏହା ମଧ୍ୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବାର ଏକ କାରଣ ପାଲଟି ଥାଏ। ଡାଇନିଂ ବା ଗେଷ୍ଟ୍ ରୁମ୍ରେ ଟିଭି ଲଗାନ୍ତୁ।
from Odisha Reporter https://ift.tt/2Lem08b
No comments:
Post a Comment