ଚଳନ୍ତା ଟ୍ରେନ୍‌ରେ ପିଟି ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

ଚଳନ୍ତା ଟ୍ରେନ୍‌ରେ ପିଟି ହେଲେ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍‌ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍‌ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ।

ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

ଟ୍ରେନ୍‌ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍‌ ପିନ୍ଧି ଗଙ୍ଗୁଆ ମୋବାଇଲ୍‌ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା ପାଖକୁ ଚାଲି ଯାଇଥିଲେ। ଠିକ୍ ସେତିକି ବେଳେ ଏକ ଯାତ୍ରୀବାହୀ ଟ୍ରେନ୍‌ ଆସିଯାଇଥିଲା ଓ ତାଙ୍କୁ ପିଟି ଦେଇଥିଲା। ଫଳରେ ସେ କିଛି ଦୂରକୁ ଛିଟିକି ଯାଇଥିଲେ ଓ ରେଳଧାରଣା କାର୍ଯ୍ୟ ପାଇଁ ଗଦା ହୋଇଥିବା ଲୁହା ଉପରେ ପଡ଼ିଥିଲେ। ଲୁହାରେ ମାଡ଼ ହୋଇ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/33x0X8P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages