ଧାରା ୩୭୦ ହଟିବା ପରେ ଆଜି ସ୍କୁଲ ଗଲେ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ଧାରା ୩୭୦ ହଟିବା ପରେ ଆଜି ସ୍କୁଲ ଗଲେ ଛାତ୍ରଛାତ୍ରୀ

ଶ୍ରୀନଗର: ଧାରା ୩୭୦ ହଟିବା ପରେ ଗତକାଲିଠୁ ଜମ୍ମୁ କଶ୍ମୀର ସ୍ୱାଭାବିକ୍ ହେଉଛି। ଆଜି ରାସ୍ତାରେ ସ୍କୁଲ୍ ବସ୍ ସାଙ୍ଗକୁ ଅନ୍ୟାନ୍ୟ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଦୋକାନ ବଜାର ମଧ୍ୟ ଅନେକ ସ୍ଥାନରେ ଖୋଲିଛି। ସୂଚନା ଅନୁଯାୟୀ ୧୦ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ୍ ଅବସ୍ଥାକୁ ଫେରୁଛି। ମୋବାଇଲ୍ ଫୋନ୍ ସେବା ଧିରେ ଧିରେ ସକ୍ରିୟ ହେଉଥିବା ବେଳେ ଜମ୍ମୁରେ ଇଣ୍ଟରନେଟ୍ ସେବା ଉପରେ ଏବେ ବି ରୋକ୍ ଲାଗିଛି। ଏଟିଏମ୍ ଗୁଡ଼ିକ ମଧ୍ୟ ସ୍ୱାଭାବିକ୍ ଅବସ୍ଥାକୁ ଫେରୁଥିବା ସୂଚନା ରହିଛି।

ଅନ୍ୟପଟେ ଆସନ୍ତା ସପ୍ତାହରେ ବକ୍ରୀ ଇଦ୍ ରହିଛି। ତେଣୁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ମିଳିତ ଭାବରେ କାମ କରୁଛନ୍ତି।

ଗତକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଥିବା ବେଳେ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ କହିଥିଲେ ବକ୍ରୀ ଇଦ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ଆଗାମୀ ଦୁଇ ମାସ ପାଇଁ ରାସନ ମହଜୁଦ ରହିଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ୍ ମଧ୍ୟ ଆବଶ୍ୟକ ମୁତାବିକ୍ ମହଜୁଦ୍ ରହିଛି।

ରାଜ୍ୟରେ ବିଜୁଳି, ପାଣି ଆଦି ସମସ୍ତ ସୁବିଧା ଠିକ୍ ସମୟରେ ଯୋଗାଇ ଦେବା ପାଇଁ ୧୬୦୦ ଜଣ ଲୋକ ନିଯୁକ୍ତ ରହିଛନ୍ତି। ଦକ୍ଷିଣ କଶ୍ମୀରର ୪ଟି ସ୍ଥାନ ଅଧିକ ସମ୍ୱେଦନ ଶୀଳ ବୋଲି ସୁରକ୍ଷା ଅଧିକାରୀ ଚିହ୍ନଟ କରିଛନ୍ତି। ବକ୍ରୀ ଇଦ୍ ପାଇଁ ୧୨ ତାରିଖରେ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ରହିବ। ଏହାର ଫାଇଦା ନେଇ କିଛି ସ୍ଥାନରେ ହିଂସା କାଣ୍ଡ ଘଟିପାରେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଇବା ପରେ ହିଂସା ହେବାର ସମ୍ଭାବନାକୁ ନଜରରେ ରଖି କେନ୍ଦ୍ର ସରକାର ୫ ଦିନ ତଳେ ଧାରା ୧୪୪ ଲାଗୁ କରିଥିଲେ। ଅତି ସମ୍ୱେଦନଶୀଳ ସ୍ଥାନରେ କର୍ଫ୍ୟୁ ଜାରି ରହିଛି।



from Odisha Reporter https://ift.tt/2KDxj9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages