ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ( ଭିମ୍ସାର୍)ର ସ୍ଥାୟୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ କୌଣସି ଡାକ୍ତର ଏହି ପଦବୀ ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। କାରଣ ନିର୍ଦ୍ଧାରିତ ସମୟ ଭିତରେ ଜଣେ ବି ଡାକ୍ତର ଏହି ପଦ ପାଇଁ ଆବେଦନ କରିନାହାନ୍ତି। ଫଳରେ ପୁଣି ଥରେ ଆବେଦନ ଅବଧି ଘୁଞ୍ଚାଇ ଦିଆଯାଇଛି।
ଏହି ପଦ ପାଇଁ କୌଣସି ଡାକ୍ତର ଆବେଦନ କରି ନଥିବା ଓ ଆବେଦନ ତାରିଖ ବଢ଼ା ଯାଇଥିବା ନେଇ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ଏହି ସୂଚନା ଦେଇଛନ୍ତି। ସମ୍ବଲପୁରରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।
ସମୟସୀମା ବଢ଼ାଇବା ପରେ ହୁଏତ କେହି ଏହି ପଦ ପାଇଁ ଆବେଦନ କରିପାରନ୍ତି। ଏବେ ଜଣେ କାମଚଳା ନିର୍ଦ୍ଦେଶକ ଅଛନ୍ତି। ଡାକ୍ତର ଅଶ୍ୱିନ ପୂଜାହାରୀ ଏକ ବିବାଦୀୟ ଘଟଣାକ୍ରମରେ ଭିମ୍ସାର୍ର ନିର୍ଦ୍ଦେଶକ ପଦ ଛାଡ଼ିଥିଲେ। ତା’ପରଠାରୁ ସ୍ଥାୟୀ ନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି।
from Odisha Reporter https://ift.tt/33pqBwt
No comments:
Post a Comment