ଯବାନ-ନକ୍ସଲ ଗୁଳି ବିନିମୟ; ଜଣେ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ଯବାନ-ନକ୍ସଲ ଗୁଳି ବିନିମୟ; ଜଣେ ଯବାନ ସହିଦ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା  ବଣ୍ଡାଘାଟି ସୀମାରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଯବାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ଏହି ଗୁଳିବିନିମୟ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଖଇରପୁଟ ପାହାଡରେ ନକ୍ସଲ ଶିବିର ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ମାଲକାନଗିରି ଏସ୍‌ପି ଖିଲାରୀ ଋଷିକେଶଙ୍କ ନେତତୃତ୍ୱରେ ଏସ୍‌ଓଜି ଓ ଡିଭିଏଫ୍ ଯବାନମାନେ ଗତକାଲି ରାତିରେ ସେହି ଅଞ୍ଚଳରେ ଅପରେସନ କରିଥିଲେ। ଏହି ସମୟରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଗୁଳିମାଡ଼ କରିଥିଲେ। ଯବାନମାନେ ଏହାର ଦୃଢ଼ ମୁକାବିଲା କରିଥିଲେ। କମ୍ବିଂ ଅପରେସନ ପରେ ୫୦ରୁ ୬୦ଜଣ  ନକ୍ସଲ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଅପରେସନକୁ ଅଧିକ  ଜୋରଦାର କରିବା ପାଇଁ ବିଏସ୍‌ଏଫ ଯବାନଙ୍କୁ ସାମିଲ କରାଯାଇଛି।



from Odisha Reporter https://ift.tt/2MHJZPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages