ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଭାଲୁଟି ସହର ଭିତରେ କେଉଁଠି ଲୁଚିଥିବା ଖବର ପ୍ରଚାରିତ ହେବା ପରଠୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଭାଲୁଟିକୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଭାଲୁର ପତ୍ତା ମିଳି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଧ୍ୟ୍ୟାରେ ଭାଲୁଟି ବାଲିମେଳାର ଚିତ୍ରକୋଣ୍ଡା ଛକ ନିକଟରେ ବୁଲୁଥିବା ଲୋକେ ଦେଖିଥିଲେ। ଭାଲୁଟିକୁ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ଭାଲୁଟି ଜନ ଗହଳି ଦେଖି ସହର ଭିତରକୁ କେଉଁଆଡ଼େ ଚାଲିଯାଇଥିଲା। ରାତି ହୋଇଥିବାରୁ ଭାଲୁ କେଉଁଟି ଅଛି, ବନବିଭାଗ କର୍ମଚାରୀ ଓ ସହରବାସୀ ଜାଣିପାରି ନ ଥିଲେ।
from Odisha Reporter https://ift.tt/30stkTU
No comments:
Post a Comment