ଆଖିକୁ ପ୍ରଭାବିତ କରିଥାଏ ଟାଇପ୍‌-୨ ଡାଇବେଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ଆଖିକୁ ପ୍ରଭାବିତ କରିଥାଏ ଟାଇପ୍‌-୨ ଡାଇବେଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ବିଶ୍ୱରେ ‘କ୍ୟାପିଟାଲ ଅଫ୍‌ ଡାଇବେଟିସ’ ଭାବେ ପରିଚୟ ପାଇଛି ଆମ ଦେଶ ଭାରତ । ଆଜିକାଲି ଘରେ ଘରେ ଡାଇବେଟିସ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଖାଦ୍ୟପେୟରେ ଅନିୟମିତତା ସହ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହା ପିଢ଼ିରୁ ପିଢ଼ି ବଢ଼ିଚାଲିଛି। ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ଏହି ରୋଗୀଙ୍କୁ  ପରାମର୍ଶ ଦେଇଥାନ୍ତି। ଯଦି ଏହା ନିୟନ୍ତ୍ରଣରେ ନ ରୁହେ, ତେବେ ହାର୍ଟ, କିଡନୀ, ଆଖି ସମ୍ବନ୍ଧିତ ରୋଗ ଦେଖାଯାଏ।

ଡାଇବେଟିସ୍‌ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଟାଇପ୍‌-୨ ଡାଇବେଟିସ୍‌ ରୋଗୀ। ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ସର୍ଭେରୁ ଜଣାପଡ଼ିଛି।  ଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ଏହି ରୋଗ ଗମ୍ଭୀର ସମସ୍ୟାରେ ପରିଣତ ହୋଇଥାଏ।

ମୁହଁ ଶୁଖିଯିବା, ଅଧିକ ଭୋକ ଲାଗିବା, ଶୋଷ ଲାଗିବା, ମୁଣ୍ଡ ବିନ୍ଧିବା, ଓଜନ ହ୍ରାସ ପାଇବା, ବାରମ୍ୱାର ପରିସ୍ରା ଲାଗିବା, ଇନ୍‌ଫେକସନ୍‌ ହେବା, ଦାନ୍ତରେ ସମସ୍ୟା ଦେଖାଯିବା ଆଦି ହେଉଛି ଟାଇପ୍‌-୨ ଡାଇବେଟିସ୍‌ ରୋଗର ଲକ୍ଷଣ।

ଡାଇବେଟିସ୍‌ ଶରୀରର ସମସ୍ତ ଛୋଟ ରକ୍ତ କୋଷିକାକୁ କ୍ଷତି ପହଞ୍ଚାଇଥାଏ। ତେବେ ସାଧାରଣ ଭାବରେ ଦେଖିଲେ ଟାଇପ୍‌-୨ ଡାଇବେଟିସ୍‌ର ପ୍ରଥମ ପ୍ରଭାବ ଆଖି ଉପରେ ପଡ଼ିଥାଏ। ଏହାକୁ କୁହାଯାଏ ‘ଡାଇବେଟିସ୍‌ ରେଟିନୋପ୍ୟାଥୀ’। ଏହା ଏପରି ଏକ ସ୍ଥିତି ଯେଉଁଥିରେ ପ୍ରଥମେ ରୋଗୀର ଆଖି ପ୍ରଭାବିତ ହୋଇଥାଏ। ଆଖିକୁ ଝାପ୍‌ସା ଦେଖାଯିବା ଟାଇପ୍‌-୨ ଡାଇବେଟିସ୍‌ର ଲକ୍ଷଣ।

ଯଦି ଆପଣଙ୍କ ଆଖି ତଳେ କଳା ଦାଗ ପଡ଼ିବା ଆରମ୍ଭ ହେଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଟାଇପ୍‌-୨ ଡାଇବେଟିସ୍‌ର ଚିକିତ୍ସା କରା  ନ ଗଲେ ଧୀରେ ଧୀରେ ଆପଣ ନିଜର ସମ୍ପୂର୍ଣ୍ଣ  ଦୃଷ୍ଟିଶକ୍ତି ହରାଇ ବସିବାର ଆଶଙ୍କା ରହିଛି। ତେଣୁ ଆଖିକୁ ଟାଇପ୍‌-୨ ଡାଇବେଟିସ୍‌ରୁ ରକ୍ଷା କରିବା ପାଇଁ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ।

୧. ବ୍ଲଡ୍‌ ପ୍ରେସର ସହିତ ସୁଗାରକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ।
୨. ଯଦି ଆପଣ ଧୂମପାନ କରୁଛନ୍ତି, ତେବେ ଏଥିରୁ ନିବୃତ୍ତ ରୁହନ୍ତୁ।
୩. ନିଜର କୋଲେଷ୍ଟ୍ରଲ୍‌ ଲେଭଲ୍‌କୁ ନିୟନ୍ତ୍ରଣରେ ରଖନ୍ତୁ।
୪. ଆଖିରେ ହେଉଥିବା ଛୋଟ ଛୋଟ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।



from Odisha Reporter https://ift.tt/2ZjThrg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages