ଘର କିଣୁଛନ୍ତି କି? ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

ଘର କିଣୁଛନ୍ତି କି? ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ସେଥିପାଇଁ ସବୁ ମାସରେ ଅର୍ଥ ବି ସଞ୍ଚୟ କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ। କାରଣ ଘର ଅବା ଜାଗାରେ ବାସ୍ତୁଦୋଷ ରହିଲେ ପରବର୍ତ୍ତୀ ସମୟରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ଘର କିମ୍ୱା ଜାଗା କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

୧. ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।

୨. ଯେଉଁଠାରେ ବଡ଼ ଗଛ ରହିଛି, ସେଠାରେ ଘର କିଣନ୍ତୁ ନାହିଁ। ଏପରି ହେଲେ ଆପଣଙ୍କର ଉନ୍ନତିରେ ବାଧା ଉପୁଜିପାରେ।

୩. ବଡ଼ ଟ୍ରାନ୍ସଫର୍ମର୍‌ କିମ୍ୱା ବଡ଼ ଘର ଥିବା ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘର ନକାରାତ୍ମକ ଶକ୍ତିର ବଳୟରେ ରହିଥାଏ।

୪. ମଶାଣି, ଡାକ୍ତରଖାନା ଓ ଜେଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ବାସ କଲେ ଚିନ୍ତାଗ୍ରାସ କରେ।

୫. ଯେଉଁଠାରେ ନଦୀ ଦକ୍ଷିଣ ଦିଗରୁ ପ୍ରବାହିତ ହେଉଛି, ତା’ ପାଖରେ ଘର କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଘର ମାଲିକଙ୍କର ଅକାଳ ମୃତ୍ୟୁ ହୋଇଥାଏ।

୬. ଉତ୍ତର ଦିଗରେ ବଡ଼ ପାହାଡ଼ କିମ୍ୱା ବିଲ୍‌ଡିଂ ଥିବା ସ୍ଥାନରେ ଯଥାସମ୍ଭବ ଘର କିଣନ୍ତୁ ନାହିଁ କି ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଆପଣଙ୍କ ଘରକୁ ଦେବୀଦେବତାଙ୍କ ଆସିବାରେ ବାଧା ଉତ୍ପନ୍ନ ହୋଇଥାଏ।



from Odisha Reporter https://ift.tt/31CfXjY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages