ଦୁର୍ଦ୍ଦାନ୍ତ ନକ୍ସଲ ନେତା ରାକେଶ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଦୁର୍ଦ୍ଦାନ୍ତ ନକ୍ସଲ ନେତା ରାକେଶ ନିହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ନେତା ରାକେଶ ସୋଢି ନିହତ ହୋଇଛନ୍ତି। ମାଲକାନଗିରି ବଣ୍ଡାଘାଟିରେ ଆଜି ସକାଳୁ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ରାକେଶଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ଥିଲେ ରାକେଶ । ଏହା ପୂର୍ବରୁ କାଲିମେଳା ଆକ୍ସନ କମିଟିର ମଧ୍ୟ ସେ ମୁଖ୍ୟ ଥିଲେ।  ମାଲକାନଗିରି ଜିଲ୍ଲାରେ ଏକାଧିକ ନକ୍ସଲ ହିଂସାକାଣ୍ଡରେ ମଧ୍ୟ ସେ ସାମିଲ ଥିଲେ ବୋଲି ଜଣାଯାଇଛି ।

ଅନ୍ୟପଟେ  ପୁଲିସ୍‌ ସହ ଗୁଳି ବିନିମୟରେ ଜଣେ ଡିଭିଏଫ୍ ଯବାନ ସହିଦ ହୋଇଛନ୍ତି । ତାଙ୍କ ନାଁ ଜୟରାମ କବାସୀ । ଏଥିସହ ଆଉ ଜଣେ ଯବାନ ରାମ ଦୁରୁଆ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଖଇରପୁଟ ଥାନାର ପାଟନାଗୁଡା ଅଞ୍ଚଳରେ ମାଓବାଦୀମାନେ ଥିବା ସୂଚନା ପାଇ ଏସଓଜି ଓ ଡିଭିଏଫ୍ ପକ୍ଷରୁ ଗତ ରାତିରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା  ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଗୁଳିମାଡ କରିବାରୁ ଏହାର ଜବାବି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କମ୍ବିଂ ଅପରେସନ ପରେ ୫୦ରୁ ୬୦ଜଣ ନକ୍ସଲ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଅପରେସନକୁ ଅଧିକ ଜୋରଦାର କରିବା ପାଇଁ ବିଏସଏଫ ଯବାନଙ୍କୁ ସାମିଲ କରାଯାଇଛି । ମାଲକାନଗିରି ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ।.



from Odisha Reporter https://ift.tt/2HwSdpU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages