କମ୍‌ ଓଜନ ଥିବା ଶିଶୁଙ୍କର ଯତ୍ନ ନେବେ କିପରି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

କମ୍‌ ଓଜନ ଥିବା ଶିଶୁଙ୍କର ଯତ୍ନ ନେବେ କିପରି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜନ୍ମ ସମୟରେ କମ୍‌ ଓଜନ ଥିବା ଶିଶୁ ଖୁବ୍‌ଶୀଘ୍ର ଅସୁସ୍ଥ ହୋଇପଡ଼ନ୍ତି। ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍‌ ଦୁର୍ବଳ ଥାଏ। ଏପରିକି ଏହି ଶିଶୁମାନେ ମା’ କ୍ଷୀରକୁ ମଧ୍ୟ ସହଜରେ ହଜମ କରିପାରନ୍ତି ନାହିଁ। ସେହିଭଳି ବେଳେ ବେଳେ ଏମାନଙ୍କର ଶାରୀରିକ ବିକାଶ ମଧ୍ୟ ଠିକ୍‌ ଭାବରେ ହୋଇପାରି ନଥାଏ। ତେଣୁ ଏପରି ଶିଶୁଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ସହିତ ସ୍ୱତନ୍ତ୍ର ଶୈଳୀରେ ସେମାନଙ୍କର ଯତ୍ନ ନେବାକୁ ପଡ଼ିଥାଏ।

ଡାକ୍ତରଙ୍କ ମତରେ ଜନ୍ମ ସମୟରେ ଗୋଟିଏ ଶିଶୁର ଓଜନ ୨.୫ରୁ ୪.୨ କିଲୋଗ୍ରାମ୍ ମଧ୍ୟରେ ରହିବା ଉଚିତ୍‌। ଯଦି ଜନ୍ମ ସମୟରେ ଶିଶୁର ଓଜନ ଏହାଠାରୁ କମ୍ ରହେ, ତା’ହେଲେ ବହୁତ ସମସ୍ୟା ଉପୁଜିଥାଏ। ତେବେ ଉକ୍ତ ଶିଶୁକୁ କିଛି ନିର୍ଦ୍ଦିଷ୍ଟ ନୀତିନିୟମ ଭିତରେ ଠିକ୍‌ ଭାବେ ଲାଳନପାଳନ କଲେ ଓ ତା’ର ଖାଦ୍ୟ ପ୍ରତି ଯତ୍ନବାନ ହେଲେ ଖୁବ୍‌ଶୀଘ୍ର ଓଜନ ବଢ଼ିଥାଏ ଏବଂ ସାମାନ୍ୟ ଶିଶୁ ଭଳି ତା’ର ବି ବିକାଶ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ୨.୫ କିଲୋଗ୍ରାମ୍‌ରୁ କମ୍ ଓଜନର ଶିଶୁଙ୍କର କିପରି ଯତ୍ନ ନେବା ଉଚିତ୍‌।

୧. ଏଭଳି ଶିଶୁଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାଇପର୍‌ ପିନ୍ଧାନ୍ତୁ ନାହିଁ। ବହୁତ ଥଣ୍ଡା କିମ୍ୱା ଗରମ ରୁମ୍‌ରେ ସେମାନଙ୍କୁ ରଖନ୍ତୁ ନାହିଁ। ସେମାନଙ୍କୁ ସର୍ବଦା ଘୋଡ଼ାଇ ରଖନ୍ତୁ, ଯେମିତି ଥଣ୍ଡା ନ ଲାଗିବ।

୨. ଜନ୍ମର କିଛି ଦିନ ପର୍ଯ୍ୟନ୍ତ ଏଭଳି ଶିଶୁଙ୍କୁ ଗାଧାନ୍ତୁ ନାହିଁ। ଦିନରେ ୧୨ରୁ ୧୩ ଥର ଖାଇବାକୁ ଦିଅନ୍ତୁ। ମା’ କ୍ଷୀର ବ୍ୟତୀତ ସେମାନଙ୍କୁ ଆଉ କିଛି ଖାଇବାକୁ ଦିଅନ୍ତୁ ନାହିଁ। ଏପରିକି ପାଣି ମଧ୍ୟ ଦିଅନ୍ତୁ ନାହିଁ।

୩. ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ଶିଶୁମାନଙ୍କ ଶରୀରର ତାପମାତ୍ରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଚେଷ୍ଟା କରନ୍ତୁ ସେମାନେ ଯେମିତି ସଦାବେଳେ ଉଷୁମ୍ ଅନୁଭବ କରିବେ।

୪. ଯଥା ସମୟରେ ଟିକା ଦିଅନ୍ତୁ। ଏଥିରେ ଆଦୌ ଅବହେଳା କରନ୍ତୁ ନାହିଁ।

 

୪. ଯଦି ଏହି ଶିଶୁମାନେ ମା’ଠାରୁ ଠିକ୍‌ ଭାବରେ କ୍ଷୀର ପିଉ ନାହାନ୍ତି, ତା’ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଡାକ୍ତରଙ୍କ ବ୍ୟତୀତ ଆଉ କାହାର ପରାମର୍ଶକୁ ଉପଯୋଗ କରନ୍ତୁ ନାହିଁ।

୫. ଜନ୍ମ ପରେ ଅନେକ ଶିଶୁଙ୍କୁ ଜଣ୍ଡିସ୍ ହୋଇଥାଏ। କମ୍‌ ଓଜନର ଶିଶୁଙ୍କ କ୍ଷେତ୍ରରେ ବି ଏ କଥା ଦେଖାଯାଏ। ଏପରି ସ୍ଥଳେ ଶିଶୁକୁ ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।

୬. ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ। କେବଳ ମା’ କ୍ଷୀର ଦେଲେ ଶିଶୁ ଶରୀରର ବିକାଶ ଶୀଘ୍ର ହୋଇଥାଏ। ତେଣୁ ଏହାକୁ ନିଶ୍ଚିୟ ଗୁରୁତ୍ୱ ଦେବେ।



from Odisha Reporter https://ift.tt/2KxmjeS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages