ନୂଆ କଶ୍ମୀରରେ ପ୍ରଥମ ସ୍ୱାଧୀନତା ଦିବସ, ରାଜ୍ୟପାଳଙ୍କ ଟାର୍ଗେଟରେ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ନୂଆ କଶ୍ମୀରରେ ପ୍ରଥମ ସ୍ୱାଧୀନତା ଦିବସ, ରାଜ୍ୟପାଳଙ୍କ ଟାର୍ଗେଟରେ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଜି ଉପତ୍ୟାକାରେ ପ୍ରଥମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଦେଶର ଏହି ୭୩ତମ ସ୍ୱାଧୀନତା ଦିବସକୁ କଶ୍ମୀରବାସୀ ବେଶ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଛନ୍ତି। ଆତଙ୍କୀ ସଂଗଠନର ନାଲି ଆଖିକୁ ବେଖାତିର କରି ଲୋକମାନେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହୋଇଥିଲେ।

ଏହି ଅବସରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶେର-ଇ-କଶ୍ମୀର ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଆତଙ୍କବାଦୀ ସଂଗଠନ ଓ ଏହାକୁ ପ୍ରତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିରେ ଜମ୍ମୁ-କଶ୍ମୀର ବାସୀ ନିଜର ପରିଚୟକୁ ନେଇ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ସରକାର ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ସୁରକ୍ଷାକର୍ମୀଙ୍କ ନିୟମିତ ଅପରେସନ ଯୋଗୁ ଆତଙ୍କବାଦୀମାନେ ସେମାନଙ୍କ ପରାଜୟ ସ୍ୱୀକାର କରିଛନ୍ତି।

ଶୁକ୍ରବାର ପ୍ରାର୍ଥନା ପରେ ପଥ ପିଙ୍ଗା ଘଟଣା ଘଟୁଥିଲା। ସେହିପରି ବିଭିନ୍ନ ଆତଙ୍କୀ ସଂଗଠନରେ ଯୁବକମାନେ ସାମିଲ ହେଉଥିଲେ। ହେଲେ ଏବେ ଏହି ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ତେଣୁ ଲୋକମାନେ ଆତଙ୍କବାଦକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ। ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ କଟକଣା ଲାଗୁ କରାଯାଇଛି।

ପର୍ଯ୍ୟାୟକ୍ରମେ ଏହାକୁ ପ୍ରତ୍ୟାହାର ମଧ୍ୟ କରାଯାଉଛି। ଲୋକମାନେ ସମୟକୁ ଅପେକ୍ଷା କରିବା ଦରକାର। ସେହିପରି କିଛି ବ୍ୟକ୍ତି ହିଂସାକାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଛନ୍ତି। ଗୁଜବକୁ ଢାଲ କରି କଶ୍ମୀରବାସୀଙ୍କୁ ଉସକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଲୋକମାନେ ଏଭଳି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।”

ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଗତକାଲି ସଂପୂର୍ଣ୍ଣ ଜମ୍ମୁରୁ ୧୪୪ ଧାରା ପ୍ରତ୍ୟାହାର କରାଯାଇଥିଲା। ଆଜି ସ୍ୱାଧୀନତା ଦିବସ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କୋହଳ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା କୋହଳ କରାଯାଇଥିଲେ ହେଁ କେଉଁଠି ବି ହଂସାକାଣ୍ଡ ଘଟିବାର ଖବର ସାମ୍ନାକୁ ଆସିନାହିଁ।



from Odisha Reporter https://ift.tt/2TwVlXE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages