ଦୋଷ ନ କରି ୨୦ ବର୍ଷ ଜେଲ୍‌ ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

ଦୋଷ ନ କରି ୨୦ ବର୍ଷ ଜେଲ୍‌ ଦଣ୍ଡ

କଟକ (ଗୌତମ ପଣ୍ଡା) : ଦୋଷ ନ କରି ୨୦ ବର୍ଷ ଜେଲ୍‌ ଦଣ୍ଡ । ଦୀର୍ଘ ବର୍ଷ ଧରି ସଜ୍ଜା କାଟିବା ପରେ କିନ୍ତୁ ନିର୍ଦ୍ଦୋଷ ପ୍ରମାଣିତ । ଏଭଳି ଏକ ସ୍ପର୍ଶକାତର ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ବ୍ଲକ ଅଞ୍ଚଳରେ ସାମନାକୁ  ଆସିଛି ।

ଗୋଟିଏ ହତ୍ୟା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ହେଲା ଜେଲ୍‌ରେ ରହିଥିବା ସାଧୁ ପ୍ରଧାନ ଏବେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ଦୀର୍ଘ ବର୍ଷ ପରେ ସେ ଜେଲ୍‌ରୁ ମୁକୁଳିବାକୁ ଯାଉଛନ୍ତି । ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ସହ ସାଧୁଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୭ ମସିହା ଅକ୍ଟୋବର ୨୫ ତାରିଖରେ କୋଦଳା କଣ୍ଟାପଡ଼ାରେ ଧୋବଣି ଖଟୁଆ ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ଗୋଟିଏ ନାଳରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକ ଓ କାନରୁ ସୁନା ଅଳଙ୍କାର ଚୋରି କରାଯାଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସାଧୁ ପ୍ରଧାନଙ୍କୁ ଗିରଫ କରିଥିଲା ପୁଲିସ୍‌।

ଏହାପରେ ବ୍ରହ୍ମପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍‌କୋର୍ଟରେ ବିଚାର ବେଳେ ଚୋରି ମାମଲାରେ ତାଙ୍କୁ ଖଲାସ କରାଯାଇଥିଲା। ହେଲେ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ଜଜ୍ । ତେବେ ଏହା ବିରୋଧରେ ସାଧୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମାମଲାର ଶୁଣାଣି ବେଳେ ଜଣେ ଛୋଟ ପିଲାର ସାକ୍ଷ୍ୟକୁ ଆଧାର କରି ସାଧୁଙ୍କୁ ଦଣ୍ଡିତ କରାଯାଇଥିବା ହାଇକୋର୍ଟ ଅନୁଭବ କରିଥିଲେ। ଏଥିଯୋଗୁ ତଳ କୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ । ଏହାସହ ସାଧୁଙ୍କୁ ତୁରନ୍ତ ଖଲାସ ପାଇଁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/30qOK3T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages