ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିଲା ବେଳକୁ ଉପକୂଳ ଓଡ଼ିଶାରେ ବନ୍ୟା ବିପଦ ଘାରିଛି। ମହାନଦୀର ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଏହାର ପ୍ରମୁଖ ଶାଖା ନଦୀ ଫୁଲି ଉଠିଛନ୍ତି। ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏସବୁ ଜିଲ୍ଲାର କିଛି କିଛି ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେଉଥିବାରୁ ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି।
ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ବନ୍ୟା ପାଣି ପ୍ରବେଶ କରିବାରୁ କଣାସ ବ୍ଲକର ବହୁ ଗାଁ ଏବେ ଜଳବନ୍ଦୀ। ବାଲିପାଟଣା ଓ ଦୋକନ୍ଦା ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସେହିପରି ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ବି ସମାନ ସ୍ଥିତି। ରାଜୁଆ ନଦୀର ଫେରନ୍ତା ପାଣି ପଶିଯିବାରୁ ଏ ପଞ୍ଚାୟତର ୮ ଖଣ୍ଡ ଗାଁ ଜଳବନ୍ଦୀ ହୋଇଛି। ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ମହାନଦୀର ତଳମୁଣ୍ଡରେ ପହଞ୍ଚିଥିବାରୁ ମହାନଦୀ ଅବବାହିକାରେ ଥିବା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳର ଲୋକେ ବନ୍ୟାର ଶିକାର ହୋଇଛନ୍ତି। ବ୍ଲକର ବିଲିପଡ଼ା, ତାଳବସ୍ତ, ସିମିଳିପୁର ଓ କୁସପଙ୍ଗା ଅଞ୍ଚଳ ଜଳାର୍ଣ୍ଣବ ହୋଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ଏହାର ଶାଖା ପାଇକା, ଚିତ୍ରୋତ୍ପଳା, ଲୁଣା ଓ କେରାଣ୍ଡିଆ ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। ତେବ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବନ୍ୟା ଦାଉ ସାଧିଥିଲେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି।
from Odisha Reporter https://ift.tt/31MXfX7
No comments:
Post a Comment