ଶସ୍ତା ହେଲା ନୋକିଆର ଦୁଇଟି ସ୍ମାର୍ଟଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଶସ୍ତା ହେଲା ନୋକିଆର ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ନୋକିଆ ଭାରତରେ ତା’ର ୨ଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏହି ଦୁଇଟି ଫୋନ୍‌ ହେଉଛି Nokia 7.1 ଓ Nokia 6.1 Plus।

ନୋକିଆ ଅନ୍‌ଲାଇନ୍‌ ଷ୍ଟୋର୍‌ରେ Nokia 7.1(୪ଜିବି)ର ମୂଲ୍ୟ ୧୨ ହଜାର ୯୯୯ ଟଙ୍କା ରହିଛି। ଲଞ୍ଚ୍ ବେଳେ ଏହାର ଦାମ୍ ୧୯ ହଜାର ୯୯୯ ଟଙ୍କା ଥିଲା। ଅବଶ୍ୟ ଗତ ଏପ୍ରିଲ୍‌ରେ ଏହାର ମୂଲ୍ୟ କମାଇ ୧୮,୯୯୯ କରି ଦିଆଯାଇଥିଲା।

ସେହିପରି Nokia 6.1 Plus ୪ଜିବି ଓ ୬ ଜିବିର ମୂଲ୍ୟ କମାଇ ଯଥାକ୍ରମେ ୧୧ ହଜାର ୯୯୯  ଓ ୧୪ ହଜାର ୯୯୯ ଟଙ୍କା କରାଯାଇଛି।  ପୂର୍ବରୁ ଏହି ଦୁଇ ଫୋନ୍‌ର ମୂଲ୍ୟ ଯଥାକ୍ରମେ ୧୫ ହଜାର ୯୯୯ ଓ ୧୮ ହଜାର ୪୯୯ ଟଙ୍କା ଥିଲା। ଅର୍ଥାତ୍ ଏହି ଦାମ୍‌ରେ ଫୋନ୍ ଦୁଇଟି ଲଞ୍ଚ୍ ହୋଇଥିଲା।

ସୂଚନା ଅନୁଯାୟୀ, କମ୍ପାନୀ ସେପ୍ଟେମ୍ବର ୫ତାରିଖ ଦିନ ‘IFA ୨୦୧୯’ରେ Nokia 7.2 ଓ Nokia 6.2 ଲଞ୍ଚ୍‌ କରିବାକୁ ଯାଉଛି।  ତେଣୁ ଏହି କାରଣରୁ କମ୍ପାନୀ ଏହାର ଲୋୟର ଭର୍ସନ୍‌ ବା ପୁରୁଣା ମଡେଲ୍‌ର ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଥିବା ଚର୍ଚ୍ଚା ହେଉଛି।

Nokia 7.1ରେ ୫.୮୪ ଇଞ୍ଚର ଫୁଲ୍‌ HD+LCD ଡିସ୍‌ପ୍ଲେ ଦିଆଯାଇଛି। ଫୋନ୍‌ଟି ଆଣ୍ଡ୍ରଏଡ୍‌ ୬ ପାଇରେ ଚାଲେ। ଏହି ସ୍ମାର୍ଟଫୋନ୍‌ରେ ୪ଜିବି ରାମ୍‌ ୬୪ ଜିବି ଷ୍ଟୋରେଜ୍‌ ସହ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୩୬ ପ୍ରୋସେସର୍‌ ରହିଛି। ଫଟୋ ଉଠାଇବା ପାଇଁ ଏହାର ରିୟର୍‌ରେ ୧୨ ମେଗାପିକ୍ସେଲ୍‌ ଓ ୫ ମେଗାପିକ୍ସେଲ୍‌ର ଡୁଆଲ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିସହ ସେଲ୍‌ଫି ପାଇଁ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ଏଥିରେ ରହିଛି। ଏଥିସହ ଏହି ଫୋନ୍‌ରେ ୩,୦୬୦mAhର ବ୍ୟାଟେରୀ ଦିଆଯାଇଛି।

ସେହିପରି Nokia 6.1 Plusରେ ୫.୮ ଇଞ୍ଚର ଫୁଲ୍‌ HD+ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୪ଜିବି ଓ ୬ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ ସହ ସ୍ନାପଡ୍ରାଗନ୍‌ ୬୩୬ ପ୍ରୋସେସର୍‌ ଉପଲବ୍ଧ। ଫଟୋ ଉଠାଇବା ପାଇଁ ଏହାର ରିୟର୍‌ରେ ୧୬ ମେଗାପିକ୍ସେଲ୍‌ ଓ ୫ ମେଗାପିକ୍ସେଲ୍‌ର ଡୁଆଲ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିସହ ସେଲ୍‌ଫି ପାଇଁ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ଏହି ଫୋନ୍‌ରେ ଦିଆଯାଇଛି। ଏଥିରେ ୩,୦୬୦mAhର ବ୍ୟାଟେରୀ ଦିଆଯାଇଛି।



from Odisha Reporter https://ift.tt/2Zhr1Gy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages