ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଲଗାଣ ବର୍ଷା ଯୋଗୁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଘରେ ଭିତରେ ପାଣି ପଶିଯାଇଛି। ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଡ଼ି ଚଳାଚଳ ବନ୍ଦ ରହିଛି। ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ଲାଗି ପଡ଼ିଥିବା ବେଳେ ଜିଲ୍ଲାପାଳ ସ୍ଥିତି ତଦାରଖ କରୁଛନ୍ତି। ସେ ଆଜି ସକାଳେ କିଛି ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଅବସ୍ଥା ବୁଝିଥିଲେ।
ସେହିପରି ପ୍ରବଳ ବର୍ଷା ଯୋଗୁ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ପ୍ରବାହିତ ଖଡଙ୍ଗ ନଦୀର ବନ୍ୟାଜଳ ବିଭିନ୍ନ ଗାଁରେ ପ୍ରବେଶ କରିବାରେ ଲାଗିଛି। ଏହି ବ୍ଲକ୍ ଜାମୁଟ ଗାଁର ଧରୁଆପଡ଼ା ଓ ତିଲକାମାଲ ଗାଁକୁ ବନ୍ୟା ପାଣି ପଶି ଯିବାରୁ ପ୍ରାୟ ୨୦୦ ପରିବାର ପାଣି ଘେରରେ ରହିଛନ୍ତି। ଗୁଡଭେଲା ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପ୍ରାୟ ୧୦ଟି ପରିବାରକୁ ଉଦ୍ଧାର କରିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ଗତକାଲି ଜିଲ୍ଲାର ହରିଶଙ୍କର ପୀଠରେ ମାଟି ଅତଡ଼ା ଖସିଥିଲା। ଗତକାଲି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବା ବେଳେ ଏଠାରେ କାଉଡ଼ିଆଙ୍କ ଭିଡ଼ ଜମି ଥିଲା। ତେବେ ମାଟି ଅତଡ଼ା ଖସୁଥିବାରୁ କାହାକୁ ଝରଣାରେ ଗାଧୋଇବାକୁ ଅନୁମତି ଦିଆଯାଇ ନଥିଲା।
from Odisha Reporter https://ift.tt/2ZXdjFi
No comments:
Post a Comment