ନବରଙ୍ଗପୁର (ନବଘନ ବିଷୋୟୀ): ଦାଦନ ଖଟିବାକୁ ତାମିଲନାଡୁ ଯାଉଥିବା ୩୨ ଜଣ ଯୁବକ,ଯୁବତୀଙ୍କୁ ନବରଙ୍ଗପୁର ପୁଲିସ୍ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ତିନି ଜଣ ନାବଳକ ଓ ନାବାଳିକା ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଛତିଶଗଡ଼ର କଣ୍ଡାଗାଁ ଜିଲ୍ଲାର।
ଏହି ଯୁବକ,ଯୁବତୀମାନେ ତାମିଲନାଡୁର ସିଲୋଙ୍ଗକୁ ଦାଦନ ଖଟିବାକୁ ଯାଉଥିଲେ। ସେମାନଙ୍କ ଗାଁରୁ ଉମରକୋଟ ମାତ୍ର ୪୦ କିଲୋମିଟର। ତେଣୁ ସେମାନେ ଉମରକୋଟ ଆସି ସେଠାରୁ ବିଶାଖାପାଟଣା ଯାଉଥିବା ଏକ ବସ୍ରେ ଚଢ଼ିଥିଲେ। ତେବେ ଛତିଶଗଡ଼ର କିଛି ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ନବରଙ୍ଗପୁଲିସ୍ ପାଖରେ ଖବର ପହଞ୍ଚିଥିଲା। ଏହା ପରେ ରାତି ପ୍ରାୟ ୧୧ଟା ବେଳେ ନବରଙ୍ଗପୁର ସହରର ମାଝିଗୁଡ଼ା ନିକଟରେ ପୁଲିସ୍ ବସ୍କୁ ଅଟକାଇ ଯାଞ୍ଚ କରିଥିଲା ଓ ଏହି ୩୨ ଯୁବକ,ଯୁବତୀଙ୍କୁ ଉଦ୍ଧାର କରିଥିଲା।
ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଦଲାଲ୍ ସନ୍ଦେହ କରି ସେମାନଙ୍କୁ ପଚରାଉଚରା କରୁଛି। ଉଦ୍ଧାର ଯୁବକ,ଯୁବତୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ନବରଙ୍ଗପୁର ଥାନା ଅଧିକାରୀ କହିଛନ୍ତି। ଏହାସହ ଦଲାଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2P5GQvs
No comments:
Post a Comment