ବର୍ଷାରେ ଧୋଇଗଲା ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ବର୍ଷାରେ ଧୋଇଗଲା ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା-ଟିଟିଲାଗଡ଼ ଷ୍ଟେସନ ମଧ୍ୟରେ ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବାରୁ ରେଳ ସେବାରେ ବାଧା ଉପୁଜିଛି। କିଛି ଟ୍ରେନ୍‌ର ସମୟ ପରିବର୍ତ୍ତନ ହୋଇଥିବା ବେଳେ ଆଉ କେତେକ ବାତିଲ ହୋଇଛି।

ସେହିପରି ଆଉ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଆଜି ପାଇଁ ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜରକୁ ଉଭୟ ପଟୁ ବାତିଲ କରାଯାଇଛି।

ଗତ ୫ତାରିଖରୁ ଅହମ୍ମଦାବାଦରୁ ବାହାରିଥିବା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଟିଟିଲାଗଡ଼, ସମ୍ବଲପୁର ଓ ଅନୁଗୋଳ ଦେଇ ଖୋର୍ଦ୍ଧା ରୋଡ଼ରେ ପହଞ୍ଚିବ।

ସେହିପରି ବିଶାଖପାଟଣା-ନିଜାମଦ୍ଦିନ ସମତା ଏକ୍ସପ୍ରେସର ମଧ୍ୟ ରୁଟ୍ ପରିବର୍ତ୍ତନ କରାଯାଇଛି।

ଗତକାଲି ଭୁବନେଶ୍ୱରରୁ ବାହାରିଥିବା ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ଆହୁରି ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ‌ଆଂଶିକ ବାତିଲ କରାଯାଇଛି।



from Odisha Reporter https://ift.tt/2TbYtIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages