ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ: ପୁଣି ‘ଅହିଂସା’ ଓ ମହିଳା କାର୍ଡ ଖେଳିଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ: ପୁଣି ‘ଅହିଂସା’ ଓ ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମପାଳି ସରକାର ଗଠନ ପରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ‘ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ’ ଓ ‘ସମ୍ବିଧାନର ମୁଖବନ୍ଧରେ ଅହିଂସା’କୁ ସାମିଲ ଭଳି ପ୍ରସଙ୍ଗ ଉଠାଇଛନ୍ତି। ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏହି ଦୁଇ ପ୍ରସଙ୍ଗରେ ଆଗତ ପ୍ରସ୍ତାବ ଉପରେ ନବୀନ ନିଜ ଦଳର ପଦାଧିକାରୀମାନଙ୍କ ସମର୍ଥନ ଲୋଡ଼ିଛନ୍ତି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଦେଶବ୍ୟାପୀ ପାଳନ ହେଉଥିବାବେଳେ ଏହି ଦୁଇ ପ୍ରସ୍ତାବ ମାଧ୍ୟମରେ ବିଜେଡି ଜାତୀୟସ୍ତରରେ ନିଜକୁ ପୁଣିଥରେ ଚର୍ଚ୍ଚାରେ ରଖିବାକୁ ଉଦ୍ୟମ କରିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ଆୟୋଜିତ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଆବଶ୍ୟକ ପ୍ରକ୍ର୍ରିୟା ଆରମ୍ଭ ନିମନ୍ତେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି। ଏହା ସହିତ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ନିମନ୍ତେ ତାଙ୍କ ସରକାର ଆରମ୍ଭ କରିଥିବା ପ୍ରୟାସକୁ ରାଜନୀତିକସ୍ତରରେ ସମର୍ଥନ ଦେବା ପାଇଁ ନବୀନ ନିଜର ଦଳୀୟ ପଦାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ମହିଳା ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ଲୋଡ଼ି ବିଜୁ ପଟ୍ଟନାୟକଙ୍କ ଯୋଗଦାନକୁ ସ୍ମରଣ କରିବା ସହ ୨୦୧୧ ମସିହାରେ ତାଙ୍କ ସରକାର ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ପାଇଁ କାର୍ଯ୍ୟକାରୀ କରିଥିବା କହିଥିଲେ । ମହିଳାଙ୍କୁ ସଂସଦ ଓ ବିଧାନସଭାରେ ସଂରକ୍ଷଣ ଦେବା ପାଇଁ ବିଧାନସଭାରେ ଗୃହୀତ ହୋଇଥିବା ସଂକଳ୍ପ ଓ ବିଭିନ୍ନ ରାଜନୀତିକ ଦଳଠୁ ମିଳିଥିବା ସମର୍ଥନ ସମ୍ପର୍କରେ ଦଳୀୟ ପଦାଧିକାରୀମାନଙ୍କୁ ଅବଗତ କରିଛନ୍ତି।

ସେହିପରି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସମାରୋହ ପାଳନ ଆରମ୍ଭ ପାଇଁ ରାଷ୍ଟ୍ରପତି ଭବନରେ ହୋଇଥିବା ସମାରୋହରେ ୨୦୧୮ ମେ’ ୨ତାରିଖରେ ନବୀନ କରିଥିବା ଦାବିକୁ ଆଜିର କାର୍ଯ୍ୟକାରିଣୀରେ ଦୋହରାଇଛନ୍ତି। ଭାରତର ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରିବା ପାଇଁ ସେ ପ୍ରସ୍ତାବ ଦେଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଆଜି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦଳର ପଦାଧିକାରୀ ଓ କର୍ମକର୍ତ୍ତାମାନଙ୍କୁ ଏହି ପ୍ରସ୍ତାବରେ ସମ୍ମତି ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି। ଅବଶ୍ୟ ‘ୱାନ ମ୍ୟାନ୍ ପାର୍ଟି’ ବିଜେଡିରେ ନବୀନଙ୍କ ପ୍ରସ୍ତାବ ଉପରେ ସର୍ବସମ୍ମତି କେବଳ ଏକ ଲୋକଦେଖାଣିଆ ପରମ୍ପରା।

ସେହିପରି ସଭ୍ୟ ସଂଗ୍ରହ ଅଭିଯାନକୁ ଆସନ୍ତାକାଲି ଦଳୀୟ କାର୍ଯ୍ୟାଳୟରେ ନବୀନ ଆରମ୍ଭ କରିବା ସହ ଏହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜେଡିର ପରିଧି ଓ ପରିସର ଆହୁରି ବ୍ୟାପକ କରାଯିବ ବୋଲି ନବୀନ ସଙ୍କେତ ଦେଇ ନୂତନ ଭୋଟରଙ୍କୁ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ପ୍ରତ୍ୟେକ ସ୍ତରରେ କିଭଳି ପରିଚାଳନା ହେଉଛି ତା’ର ସବିଶେଷ ତଥ୍ୟ ଓ ଫଟୋଗ୍ରାଫ ଦୈନିକ ତାଙ୍କ ପାଖକୁ ପଠାଇବା ଓ ସେ ଏହାର ନିୟମିତ ସମୀକ୍ଷା କରିବେ ବୋଲି ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦଳର ବିଧାୟକ, ସାଂସଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ୱିଙ୍ଗର ଛାମୁଆ ଓ ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ।



from Odisha Reporter https://ift.tt/32iXQjt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages