ପ୍ରଭାସ ହେବେ ରାବଣ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ପ୍ରଭାସ ହେବେ ରାବଣ !

ମୁମ୍ୱାଇ: ‘ଦଙ୍ଗଲ୍‌’ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ‘ରାମାୟଣ’କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏହା ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟ ବୋଲି କୁହାଯାଉଛି। ତାଙ୍କର ଏହି ଫିଲ୍ମକୁ ନେଇ ବହୁତ ଦିନରୁ ଚର୍ଚ୍ଚା ମଧ୍ୟ ଚାଲିଛି। ବିଶେଷ କରି ଫିଲ୍ମର ଷ୍ଟାର୍‌କାଷ୍ଟ୍‌କୁ ନେଇ ଅଧିକ ଆଲୋଚନା ହେଉଛି। ପୂର୍ବରୁ ସୂଚନା ଆସିଥିଲା ଯେ, ଏହି ଫିଲ୍ମରେ ଶ୍ରୀରାମଙ୍କ ଚରିତ୍ରରେ ହ୍ରିତିକ ରୋଶନ ଓ ଦେବୀ ସୀତାଙ୍କ ଚରିତ୍ରରେ ଦୀପିକା ପାଦୁକୋନ୍ ଅଭିନୟ କରିବେ। ସଦ୍ୟ ସୂଚନା ଅନୁଯାୟୀ, ଏହି ଫିଲ୍ମରେ ‘ବାହୁବଲୀ’ ଫେମ୍ ପ୍ରଭାସ ‘ରାବଣ’ ଚରିତ୍ରରେ ଅଭିନୟ କରିବେ। ଏଥିପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଏନେଇ ନିତେଶ ଅବା ପ୍ରଭାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ବେଶ୍ କିଛି ଦିନ ତଳେ ନିତେଶ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ‘ଛିଛୋରେ’ ପରେ ‘ରାମାୟଣ’ ତିଆରି କରିବେ। ଏହି ଫିଲ୍ମକୁ ତିଆରି କରିବାକୁ ସେ ଯଥାସମ୍ଭବ ଚେଷ୍ଟା କରିବେ। ତେବେ ଫିଲ୍ମର ଷ୍ଟାର୍‌କାଷ୍ଟ୍ ବିଷୟରେ ସେ କିଛି କହି ନଥିଲେ। ହ୍ରିତିକ୍ ରୋଶନ୍‌ ଓ ଦୀପିକା ପାଦୁକୋନ୍‌ଙ୍କ ବିଷୟରେ ମଧ୍ୟ ତାଙ୍କୁ ପଚରା ଯାଇଥିଲା। ଏନେଇ ସେ କହିଥିଲେ ଯେ ଏବେ ଆମେ କନ୍‌ସେପ୍ଟ ଲେଭଲ୍‌ରେ ଅଛୁ। ଏଯାଏ ଷ୍ଟାର୍‌କାଷ୍ଟ୍‌କୁ ନେଇ କିଛି ଚିନ୍ତା କରାଯାଇ ନାହିଁ।  ଅନ୍ୟପକ୍ଷରେ ପ୍ରଡକ୍ସନ୍ ଟିମ୍ ପ୍ରଭାସଙ୍କୁ ‘ରାବଣ’ ଚରିତ୍ର ଦେବା ସପକ୍ଷରେ ମତ ଦେଇଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ‘ରାମାୟଣ’ ଫିଲ୍ମ ପାଇଁ ୬୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ଏହା ଏଯାବତ୍ ଯେକୌଣସି ଭାରତୀୟ ଫିଲ୍ମ ପାଇଁ ସବୁଠୁ ବଡ଼ ବଜେଟ୍। ସାରା ଦେଶରେ ଫିଲ୍ମଟି ରିଲିଜ୍ ହେବ। ହିନ୍ଦୀ ସହିତ ତାମିଲ ଓ ତେଲୁଗୁରେ ବି ଏହାକୁ ରିଲିଜ୍ କରାଯିବ।

ସୂଚନାଯୋଗ୍ୟ, ନିକଟରେ ପ୍ରଭାସଙ୍କ ଫିଲ୍ମ ‘ସାହୋ’ ରିଲିଜ୍ ହୋଇଥିଲା, ଯାହାକୁ ନେଇ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଥିଲା। ସେହିପରି ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ଛିଛୋରେ’ ଫିଲ୍ମ ଗତ ୬ ତାରିଖରେ ରିଲିଜ୍ ହୋଇଥିଲା। ଏହାକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି।

 



from Odisha Reporter https://ift.tt/306hba5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages