ବାୟୁସେନାରେ ସାମିଲ୍ ହେଲା ୮ ‘ଆପାଚ୍’ ହେଲିକପ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ବାୟୁସେନାରେ ସାମିଲ୍ ହେଲା ୮ ‘ଆପାଚ୍’ ହେଲିକପ୍ଟର

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍‌’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ପ୍ରମୁଖଙ୍କ ଉପସ୍ଥିତିରେ ଆପାଚ୍‌ ଏଚ୍‌-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ସୂଚନାଯୋଗ୍ୟ, ୨୦୧୬ରେ ଆତଙ୍କବାଦୀ ଏହି ଏୟାରବେସରେ ନିକଟରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ।

ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା।

ଏହାପରେ ‘ଆପାଚ୍’କୁ ସ୍ୱାଗତ କରିବା ପାଇଁ ହେଲିକପ୍ଟର ଉପରକୁ ଦମକଳ ସାହାଯ୍ୟରେ ପାଣି ଫିଙ୍ଗି ସ୍ୱାଗତ କରାଯାଇଥିଲା। ଏହାପରେ ହେଲିକପ୍ଟର ନିର୍ମାଣର ସହଯୋଗୀ ବୋଇଙ୍ଗ୍ କମ୍ପାନୀର ଭାରତ ମୁଖ୍ୟ ସଲୀଳ ଗୁପ୍ତ ବାୟୁସେନା ମୁଖ୍ୟ ବିଏସ ଧନୋଆ। ବାୟୁସେନାରେ ସାମିଲ୍ ହେବା ପରେ ଧନଓ୍ୱା କହିଛନ୍ତି ଏହି ଆପାଚ୍ ହେଲିକପ୍ଟର ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ବିମାନ। ଶତ୍ରୁ ବିପକ୍ଷରେ ଲଢ଼ିବା ପାଇଁ ଏହି ବିମାନ ଅନେକ କ୍ଷେତ୍ରରେ ବ୍ୟବହାର କରିବ ବୋଲି ଧନଓ୍ୱା କହିଛନ୍ତି।

୬୦ ଫୁଟ୍ ଉଚ୍ଚତା ଓ ୫୦ ଫୁଟ୍ ଓସାରର ଏହି ହେଲିକପ୍ଟରକୁ ଉଡ଼ାଇବା ପାଇଁ ୨ ଜଣ ପାଇଲଟର ଆବଶ୍ୟକତା ରହିଛି। ଏହି ଅତ୍ୟାଧୁନିକ ହେଲିକପ୍ଟରରେ ଦୁଇଟି ଇଞ୍ଜିନ୍ ରହିଥିବାରୁ ୨ ଜଣ ପାଇଲଟ୍ ରହିବା ନିହାତି ଆବଶ୍ୟକ। ଏହି ହେଲିକପ୍ଟରରେ ମିସାଇଲ୍ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା ରହିଛି। ରାତିରେ ଅପରେସନ କରିବା ପାଇଁ ଏକ ସେନସର ବ୍ୟବହୃତ ହୋଇଛି। ପ୍ରତି ଘଣ୍ଟାରେ ୨୮୦ କିଲୋମିଟର ସର୍ବାଧିକ ବେଗରେ ଉଡ଼ି ପାରିବ ଏହି ହେଲିକପ୍ଟର। ଏହି ହେଲିକପ୍ଟରର ସ୍ୱତନ୍ତ୍ରତା ହେଉଛି ଶତ୍ରୁଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ରାଡାର ମଧ୍ୟ ଏହି ହେଲିକପ୍ଟର ଉଡ଼ାଣ ଭରୁଥିବା ବେଳେ ଧରି ପାରିବ ନାହିଁ।

ସୂଚନାଯୋଗ୍ୟ, ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର ଆମେରିକା ସରକାର ଓ ବୋଇଂ ଲିଃ ସହ ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍‌ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲେ। ଏବେ ୮ଟି ହେଲିକପ୍ଟର ଭାରତ ପାଖରେ ରହିଥିବାବେଳେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବାକୁ ଯାଉଛି।



from Odisha Reporter https://ift.tt/2NMBp2n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages