ଆଜି ଦିଲ୍ଲୀରୁ ବାହାରିବେ ଜଗା-କାଳିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଆଜି ଦିଲ୍ଲୀରୁ ବାହାରିବେ ଜଗା-କାଳିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସ୍‌ରୁ ଓଡ଼ିଶା ‌ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସେଥିପାଇଁ ଏସ୍‌ସିବି ମେଡିକାଲ୍‌ର ଦୁଇ ଜଣ ଡାକ୍ତର ବିଭୁପ୍ରସାଦ ନାୟକ ଓ ଶିବଶଙ୍କର ଦିଲ୍ଲୀ ଯାଇଛନ୍ତି। ସେମାନେ ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଆଜି ଏହି ଦୁଇ ଜଣିଆ ଡାକ୍ତରୀ ଟିମ୍‌ ରାଜଧାନୀ ଏକ୍ସପ୍ରେସ୍‌ରେ ଜଗା-କାଳିଆଙ୍କୁ ନେଇ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ସେମାନେ କଟକରେ ପହଞ୍ଚିବେ।

ଦିଲ୍ଲୀରୁ ଫେରିବା ପରେ କଟକ ଏସ୍‌ସିବି ମେଡିକାଲ୍‌ରେ ଜଗା-କାଳିଆଙ୍କର ଚିକିତ୍ସା ଚାଲିବ। ସେମାନଙ୍କୁ ସେଠାରେ ଦୁଇ ଶଯ୍ୟା ବିଶିଷ୍ଟ ଆଇସିୟୁରେ ରଖାଯିବ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ୬ ଜଣ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ୧୬ ଜଣିଆ ଡାକ୍ତରୀ ଟିମ୍‌ର ବ୍ୟବସ୍ଥା ବି କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍‌ସକୁ ପଠାଇଥିଲେ।



from Odisha Reporter https://ift.tt/2PPUjbi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages