ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବେନ୍ତପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡ଼ାରେ ଗାଁର ସୁମନ୍ତ ସାହୁଙ୍କ ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରୋଜାଲିନ୍‌ ଓ ସୁଜାତା। ରୋଜାଲିନ୍‌ଙ୍କୁ ୧୩ ବର୍ଷ ହୋଇଥିଲା। ସେହିପରି ସୁଜାତାଙ୍କୁ ୧୧ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ସୁଜାତା ଓ ରୋଜାଲିନ୍‌ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍‌ଙ୍କ ବେକରେ ଓ ସୁଜାତାଙ୍କ ଡାହାଣ ହାତରେ ସାପ କାମୁଡ଼ି ଥିଲା। ତାହା ଏକ ଚିତି ସାପ ଥିଲା ବୋଲି ପରିବାର ଲୋକେ କହିଛନ୍ତି। ଉଭୟଙ୍କ କଟକ ନିଆଯାଉଥିବା ବେଳେ ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହଗୁଡ଼ିକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ବ୍ୟବଚ୍ଛେଦ ପରେ ଶବଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2LFxbIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages