ବିଦେଶକୁ ଯାଉଛି ପ୍ରଣତିଙ୍କ ଆରିସା ପିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ବିଦେଶକୁ ଯାଉଛି ପ୍ରଣତିଙ୍କ ଆରିସା ପିଠା

ନୂଆପଡ଼ା (ମାୟାଧର ସରାଫ୍): ଦିନକୁ ଦିନ ଆମ ପାରମ୍ପରିକ ଓଡ଼ିଆ ଖାଦ୍ୟ ଲୋପ ପାଇ ଯାଉଥିବା ବେଳେ ଆମେ ବିଦେଶୀ ଖାଦ୍ୟକୁ ବେଶ୍ ପସନ୍ଦ କରୁଛୁ। ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଜଣେ ଗୃହିଣୀଙ୍କ ହାତ ତିଆରି ‘ଆରିସା’ ପିଠାକୁ ଦେଶବିଦେଶର ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ସେ ହେଉଛନ୍ତି ଖଡ଼ିଆଳ ସହର ସ୍ଥିତ ବିଶୋଇ କଲୋନୀର ପ୍ରଣତି ବିଶୋଇ।

ପ୍ରଣତି ୭ ବର୍ଷ ହେବ ଆରିସା ପିଠା ବ୍ୟବସାୟ କରୁଛନ୍ତି। ଆଉ ତାଙ୍କ ହାତ ତିଆରି ଆରିସା ପିଠାର ବେଶ୍ ଚାହିଦା ବି ରହିଛି। ଲୋକଙ୍କ ପସନ୍ଦ ଅନୁସାରେ ସେ ଉଭୟ ଗୁଡ଼ ଓ ଚିନି ଆରିସା ତିଆରି କରନ୍ତି। ଲୋକଙ୍କ ଠାରୁ ଅର୍ଡର ନେଇ ସେ ଆରିସା କରନ୍ତି। ତା’ସହିତ ତାଙ୍କ ସ୍ୱାମୀଙ୍କ ଦୋକାନ ପାଇଁ ମଧ୍ୟ ସେ ଆରିସା ତିଆରି କରନ୍ତି। ମାସକୁ ସେ ୧୦ ହଜାରରୁ ଅଧିକ ଟଙ୍କା ଲାଭ କରନ୍ତି। କେବଳ ଓଡ଼ିଶାରେ ନୁହେଁ, ଦେଶର ବିଭିନ୍ନ ସ୍ଥାନ ସହିତ ଆମେରିକା, ଦୁବାଇ ଓ ରୁଷିଆରେ ମଧ୍ୟ ତାଙ୍କ ପିଠାର ଚାହିଦା ରହିଛି। ତାଙ୍କଠାରୁ ଆରିସା ପିଠା କିଣି ବାହାରକୁ ପଠାଉଥିବା ଲୋକେ ଏହା କହିଛନ୍ତି।

ପ୍ରଣତି କହିଛନ୍ତି, “ମୋ ହାତ ତିଆରି ପିଠାକୁ ସମସ୍ତେ ପସନ୍ଦ କଲେ। ତେଣୁ ମୁଁ ପିଠା ତିଆରି କରିବା ଛାଡ଼ି ପାରିଲି ନାହିଁ। ମୁଁ ସବୁ ଦିନେ ପିଠା ତିଆରି କରୁଛି। ଏହି ପିଠା ବାହାରକୁ ମଧ୍ୟ ଯାଉଛି। ଆମେରିକା, ରୁଷିଆ ଓ ଦୁବାଇକୁ ବି ଯାଉଛି।”

ଖଡ଼ିଆଳ ଲୋକ ସଂସ୍କୃତି ଗବେଷିକା ଜାହ୍ନବୀ ଯୋଶୀ କହିଛନ୍ତି, “ପ୍ରଣତିଙ୍କ ଆରିସା ପିଠାର ବେଶ୍ ଚାହିଦା ରହିଛି। ତାଙ୍କ ପିଠାକୁ ସମସ୍ତେ ପସନ୍ଦ କରନ୍ତି। ପରିଷ୍କାର ପରିଚ୍ଛନ୍ନ ସହ ସେ ଆରିସା ପିଠା ତିଆରି କରନ୍ତି। ଏହି ପିଠା ବହୁ ଦୂରକୁ ଯାଉଛି ଓ ସୁଲଭ ମୂଲ୍ୟରେ ମଧ୍ୟ ମିଳୁଛି।”

ଆଗକୁ ଦଶହରା ଥିବାରୁ ଅନେକ ଲୋକ ପ୍ରଣତିଙ୍କୁ ଆରିସା ପିଠା ପାଇଁ ଅର୍ଡର ଦେଇଛନ୍ତି। ତେଣୁ ଏବେ ତାଙ୍କୁ ଫୁରସତ୍ ନାହିଁ। ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କୁ ଆରିସା ଦେବାକୁ ସେ ଲାଗିପଡ଼ିଛନ୍ତି।

ଆରିସା ପିଠା ବ୍ୟବସାୟ ପ୍ରଣତି ଓ ତାଙ୍କ ପରିବାରକୁ ଏକ ନୂଆ ପରିଚୟ ଦେଇଛି। ଏଥିସହ ଓଡ଼ିଆ ଘରର ଏହି ପାରମ୍ପରିକ ପିଠାର ପ୍ରଚାର ପ୍ରସାର ବି ହେଉଛି।



from Odisha Reporter https://ift.tt/2ojKXY1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages