ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ, ଶରଦ ପାଓ୍ୱାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଲା ଇଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ, ଶରଦ ପାଓ୍ୱାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଲା ଇଡ଼ି

ନୂଆଦିଲ୍ଲୀ: ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମହାରାଷ୍ଟ୍ରର ଚେହେରା କୁହାଯାଉଥିବା ଶରଦ ପାଓ୍ୱାରଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛି। ଖାଲି ଶରଦ ପାଓ୍ୱର ନୁହେଁ, ତାଙ୍କ ପୁତୁରା ଅଜିତ ପାଓ୍ୱାର ମଧ୍ୟ ଏହି ଦୁର୍ନୀତିରେ ଜଡ଼ିତ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି। ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତିରେ ଏହି ଦୁଇ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନସିପି) ନେତା ସମେତ ମୋଟ୍ ୭୫ ଜଣ ସାମିଲ୍ ଥିବା ଜଣାପଡ଼ିବା ପରେ ଇଡି ମାମଲା ଦାୟର କରିଛି। ଏହି ୨୫ ହଜାର କୋଟି ଟଙ୍କା ବେଆଇନ ଭାବରେ ଋଣ ଦିଆଯାଇଥିବା ଇଡ଼ି କହିଛି।

ଇଡି ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଶରଦ ଏବଂ ଅଜିତଙ୍କ ନାଁ ଅଭିଯୁକ୍ତ ତାଲିକାରେ ନାହିଁ। ହେଲେ ପରୋକ୍ଷରେ ଦୁର୍ନୀତି କରିଥିବା ଇଡ଼ି ଆଶଙ୍କା କରିଛି।

ଶରଦ ପାୱାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ବ୍ୟାଙ୍କ ସହ ଜଡ଼ିତ ନାହାନ୍ତି, ହେଲେ ଇଡି ଏଫଆଇଆର ତାଲିକାରେ ତାଙ୍କ ନାମ ଯୋଡ଼ିଛି। ଏଭଲି ଏଫଆଇଆର ଆଗାମୀ ଦିନରେ ନିର୍ବାଚନ ଉପରେ ପ୍ରଭାବ ପକାଇବ। ମୋର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ଶରଦ ପାଓ୍ୱାର କହିଛନ୍ତି। ନିର୍ବାଚନ ବେଳେ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଥିବାରୁ ତାଙ୍କ ବିରୋଧରେ ଏଭଳି ମାମଲା ଦାୟର କରାଯାଇଛି।

ଏଭଳି ମାମଲା କିଛି ନୂଆ ନୁହଁ, ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ବିରୋଧୀ ନେତାଙ୍କ ନାଁରେ ଏହି ମାମଲା ଦାୟର କରି ସାରିଛନ୍ତି। ଆମେ ଏହାକୁ ନେଇ ଭୟଭୀତ ନୁହଁ ବୋଲି ଅଜିତ ପାଓ୍ୱାରଙ୍କ ପୁଅ ପର୍ଥ ପାଓ୍ୱାର କହିଛନ୍ତି।

ଏହି ମାମଲାରେ ମହାରାଷ୍ଟ୍ର ‌ରାଜ୍ୟ ସମବାୟ ବ୍ୟାଙ୍କ୍‌ର ତତ୍କାଳୀନ ଅଧ୍ୟକ୍ଷ, ଏମ୍‌ଡି ଏବଂ ନିର୍ଦ୍ଦେଶକମାନଙ୍କ ନାଁ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅଜିତ ପାଓ୍ୱାର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେଉଁମାନେ ଜେଲ୍ ଯାଇଛନ୍ତି ସେମାନେ ତାଙ୍କ କାମ ବାବଦରେ କହିବା ଅନୁଚିତ୍। ଶରଦ ପାଓ୍ୱାର ଯାହା ଭଲ କି ଖରାପ କାମ କରିଛନ୍ତି ସେଥିପାଇଁ କେବେ ଜେଲ୍ ଯାଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଏକ ଫେକ୍ ଏନକାଉଣ୍ଟର ମାମଲାରେ ଅମିତ ଶାହ ୯ ବର୍ଷ ତଳେ ଜେଲ୍ ଯାଇଥିଲେ। ପରେ ସିବିଆଇ ତାଙ୍କୁ ଦୋଷମୁକ୍ତ କରିଛି। ଏହି ଘଟଣାକୁ ଇଙ୍ଗିତ କରି ଶରଦ ପାଓ୍ୱାର ଶାହଙ୍କୁ ଟାର୍ଗେଟ୍ କରିଥିଲେ।



from Odisha Reporter https://ift.tt/2lxcsw0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages