ନେତାଙ୍କୁ ‘ମନ୍ତ୍ରୀପାହ୍ୟା’: ଦେଉଳକୁ ବଳିଗଲା ମୁଖଶାଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ନେତାଙ୍କୁ ‘ମନ୍ତ୍ରୀପାହ୍ୟା’: ଦେଉଳକୁ ବଳିଗଲା ମୁଖଶାଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମପାଳି ସରକାରରେ ଦଳୀୟ ନେତା ଓ ସମର୍ଥକଙ୍କୁ ‘ମନ୍ତ୍ରୀ ପାହ୍ୟା’ ଆବଣ୍ଟିତ କରିବାରେ ନୂଆ ରେକର୍ଡ଼ କରିଛନ୍ତି। ସମ୍ବିଧାନିକ କଟକଣା ସତ୍ତ୍ୱେ  ଗଳାବାଟ ଖୋଜି  ରାଜ୍ୟ ସରକାର ୨୫ଜଣ ଦଳୀୟ ନେତା ଓ ସମର୍ଥକଙ୍କୁ ‘ମନ୍ତ୍ରୀ ପାହ୍ୟା’ରେ ଥଇଥାନ କରିଥିବାବେଳେ ଆଉ ଡଜନେରୁ ଅଧିକ ନେତାଙ୍କୁ ‘ମନ୍ତ୍ରୀ ପାହ୍ୟା’ ଦେବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ତେବେ ଏବେ ଯେତିକି ନେତାଙ୍କୁ ମନ୍ତ୍ରୀ ପାହ୍ୟା ଆବଣ୍ଟିତ ହୋଇଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିପରିଷଦର ସଦସ୍ୟଙ୍କ ସଂଖ୍ୟାଠୁ ଢେର ଅଧିକ ହୋଇଛି। ଯାହାକି ଦେଉଳକୁ ମୁଖଶାଳା ବଳିଗଲା ଭଳି ହୋଇଛି।

ସୂଚନା ଅନୁସାରେ, ସମ୍ବିଧାନର ୯୧ତମ ସଂଶୋଧନ ଆଇନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କର ସ୍ୱତନ୍ତ୍ର କ୍ଷମତାକୁ ସଙ୍କୁଚିତ କରାଯାଇଛି। ଏହାସହିତ ସଂଶୋଧିତ ଆଇନର ଅନୁଚ୍ଛେଦ ୧(କ) ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିପରିଷଦର ସଦସ୍ୟଙ୍କ ସଂଖ୍ୟା ବିଧାନସଭାର ମୋଟ ୧୫ ପ୍ରତିଶତ ସଂଖ୍ୟାରୁ ଅଧିକ ହେବ ନାହିଁ ବୋଲି ଉଲ୍ଲେଖ ରହିଛି। ୨୦୦୪ ଜାନୁୟାରୀ ପହିଲାରୁ ଏହି ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଛି। ସମ୍ବିଧାନର ଉକ୍ତ ପ୍ରାବଧାନକୁ ପାଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତ୍ରିପରିଷଦର ସଦସ୍ୟ ସଂଖ୍ୟାକୁ ସର୍ବାଧିକ ୨୨(୧୫%) ମଧ୍ୟରେ ସୀମିତ ରଖୁଥିଲେ ମଧ୍ୟ ଗଳାବାଟରେ ନିଜ ମନ୍ତ୍ରିପରିଷଦର ସଂଖ୍ୟାଠୁ ଅଧିକ ନେତାଙ୍କୁ ‘ମନ୍ତ୍ରୀ ପାହ୍ୟା’ରେ ଅବସ୍ଥାପିତ କରିବାକୁ ପଛାଇ ନାହାନ୍ତି।

୨୦୧୪ ମସିହାରେ ଚତୁର୍ଥ ଥର କ୍ଷମତାକୁ ଆସିବା ପରେ ବହୁସଂଖ୍ୟକ ଦଳୀୟ ନେତାଙ୍କୁ ଏଭଳି ‘ମନ୍ତ୍ରୀ ପାହ୍ୟା’ ଓ ଆବଶ୍ୟକ ସୁବିଧା ସୁଯୋଗ ଦେଇଥିବା ବିଜେଡି ସରକାର ନିଜର ପଞ୍ଚମ ପାଳିରେ ୨୫ଜଣ ନେତା ଓ ସମର୍ଥକଙ୍କୁ ‘ମନ୍ତ୍ରୀ ପଦ’ ଦେଇସାରିଲାଣି । ଯଦି ରାଜ୍ୟ ମନ୍ତ୍ରିପରିଷଦର ସଦସ୍ୟ ଓ ଏହି ‘ମନ୍ତ୍ରୀ ପାହ୍ୟା’ ସଂଖ୍ୟାକୁ ମିଶାଯାଏ ତା’ହେଲେ ଓଡ଼ିଶାରେ ଏବେ ମୋଟ ୪୫ଜଣଙ୍କୁ ‘ମନ୍ତ୍ରୀ ପାହ୍ୟା’ର ସୁବିଧାସୁଯୋଗ ଦିଆଯାଉଛି। ଏହି ‘ମନ୍ତ୍ରୀପାହ୍ୟା’ ସୁବିଧାସୁଯୋଗ ପାଇଁ ରାଜକୋଷ ଉପରେ ଅଯଥା ଚାପ ମଧ୍ୟ ବଢ଼ିବାରେ ଲାଗିଛି ।

ତଥ୍ୟ ଅନୁସାରେ ମନ୍ତ୍ରୀ ପଦରେ ବହୁ ସଂଖ୍ୟକ ନେତାଙ୍କୁ ନିଯୁକ୍ତି ଦିଆଯାଉଥିବା ଯୋଗୁ ରାଜକୋଷ ଉପରେ ପଡ଼ୁଥିବା ମାତ୍ରାଧିକ ଚାପକୁ ଦୃଷ୍ଟିରେ ରଖି ୨୦୦୩ ମସିହାରେ ସମ୍ବିଧାନ ସଂଶୋଧନ କରାଯାଇ ମନ୍ତ୍ରିପରିଷଦର ସଂଖ୍ୟାକୁ ୧୫%  ମଧ୍ୟରେ ସୀମିତ ରଖାଯାଇଥିଲା। କିନ୍ତୁ ଓଡ଼ିଶାରେ ଏବେ ଯେଭଳି ଭାବେ ‘ମନ୍ତ୍ରୀପାହ୍ୟା’ ଦିଆଯାଉଛି ତାହା ୨୦୦୩ରେ ହୋଇଥିବା ସମ୍ବିଧାନ ସଂଶୋଧନ ଆଇନକୁ ପରୋକ୍ଷରେ ଖୋଲାଖୋଲି ଉଲ୍ଲଘଂନ ହୋଇଛି ।
ଏବେ ନବୀନ ପଟ୍ଟନାୟକ ସରକାରରେ ଯେଉଁମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି ସେମାନେ ସମସ୍ତେ ମନ୍ତ୍ରୀମାନଙ୍କ ଭଳି ଦରମା, ଭତ୍ତା, ଘର, ଅଫିସ୍ ଓ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ସ୍ୱତନ୍ତ୍ର ସୁବିଧା ନେଉଛନ୍ତି। ପଞ୍ଚମ ପାଳିରେ ନବୀନ ସରକାର କ୍ଷମତାକୁ ଆସିବାପରେ ସୁବ୍ରତୋ ବାଗଚୀ ଓ କେ.ଶ୍ରୀନାଥ ରେଡ୍ଡୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେଇଥିବାବେଳେ ବିଜୟ କୁମାର ସାହୁଙ୍କ ସମେତ ୧୨ଜଣ ବିଧାୟକ ଓ ୧୦ଜଣ ଦଳୀୟ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଆବଣ୍ଟିତ ହୋଇଛି।

ଯେଉଁ ୧୨ଜଣ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଛି ସେମାନଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାର ସୁବିଧାସୁଯୋଗ ମିଳୁଥିବାବେଳେ ବିଜେଡି ନେତା ବିଜୟ କୁମାର ନାୟକ, ଆକାଶ ଦାସନାୟକ, ସୁସ୍ମିତା ବାଗଚୀଙ୍କ ସମେତ ୭ଜଣ ଉପଦେଷ୍ଟାଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ପ୍ରକାରର ସୁବିଧା ରାଜକୋଷ ପାଣ୍ଠିରୁ ଦିଆଯାଉଛି। କେବଳ ସେତିକି ନୁହେଁ ୯ ଆଦିବାସୀ ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି)ର ଅଧ୍ୟକ୍ଷମାନଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ଦେବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବାରୁ ଏହି ମନ୍ତ୍ରୀ ପାହ୍ୟା ସଂଖ୍ୟା ୩୪କୁ ଛୁଇଁବ। ତା’ଛଡ଼ା ବରିଷ୍ଠ ବିଜେଡି ନେତା ସୁବାସ ସିଂ, ପ୍ରିୟଦର୍ଶୀ ମିଶ୍ର, ଅନୁପ ସାଏ ମଧ୍ୟ ଏବେ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ପାଇଁ ଲବି ଜୋରଦାର କରୁଥିବା ଜଣାପଡ଼ିଛି।

ତେଣୁ ବିଜେଡି ସରକାରଙ୍କ ଦଳୀୟ ନେତାଙ୍କୁ ଏହି ତୁଷ୍ଟୀକରଣ ନୀତି ପରୋକ୍ଷରେ ସମ୍ବିଧାନର ୯୧ତମ ସଂଶୋଧନର ମୂଳ ଲକ୍ଷ୍ୟ ପ୍ରତି ଉପହାସ ସଦୃଶ ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା।



from Odisha Reporter https://ift.tt/2zYl0j4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages