କେବିସି: ଠିକ୍‌ ଉତ୍ତର ଜାଣି ବି ଜିତି ପାରିଲେନି ୧ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

କେବିସି: ଠିକ୍‌ ଉତ୍ତର ଜାଣି ବି ଜିତି ପାରିଲେନି ୧ କୋଟି

ମୁମ୍ୱାଇ: ‘କୌନ୍‌ ବନେଗା କରୋଡପତି’ ସିଜନ୍‌ ୧୧ରେ ଭାଗ ନେଇଥିବା ୧୯ ବର୍ଷର ପ୍ରତିଯୋଗୀ ହିଂମାଶୁ ଧୁରିଆ ୧ କୋଟି ଟଙ୍କା ଜିତି ପାରିନାହାନ୍ତି। କେବିସିରେ ଭଲ ଖେଳି ହିଂମାଶୁ ୧୪ଟି ପ୍ରଶ୍ନର ଉତ୍ତର ଦେଇଥିଲେ କିନ୍ତୁ। ୧ କୋଟି ପ୍ରଶ୍ନର ଉତ୍ତର ଦେବା ପାଇଁ ସମସ୍ୟାରେ ପଡ଼ି ଯାଇଥିଲେ। ତାଙ୍କର ଲାଇଫ୍‌ ଲାଇନ୍‌ ମଧ୍ୟ ଶେଷ ହୋଇସାରିଥିଲା। ତେଣୁ ରିକ୍ସ ନ ନେଇ ହିଂମାଶୁ ଖେଳରୁ ଓହରି ଆସିଥିଲେ।

କିନ୍ତୁ ପରେ ଅମିତାଭ ବଚ୍ଚନ ତାଙ୍କୁ ପ୍ରଶ୍ନର ଉତ୍ତର ଅନୁମାନ କରିବା ପାଇଁ କହିଥିଲେ। ଯାହାର ଉତ୍ତର ହିଂମାଶୁ ଠିକ୍‌ ରଖିଥିଲେ ମଧ୍ୟ ଖେଳରୁ ଓହରି ସାରିଥିଲେ।
କେବିସିରେ ହିଂମାଶୁଙ୍କ ଯାତ୍ରା ପ୍ରଶଂସନୀୟ ଥିଲା। ଉତ୍ତର ପ୍ରଦେଶରେ ରହୁଥିବା ହିଂମାଶୁ ସୋମବାର କେବିସିର ହଟ୍‌ ସିଟ୍‌ରେ ବସିବା ପାଇଁ ସୁଯୋଗ ପାଇଥିଲେ। ବର୍ତ୍ତମାନ ସେ ଗର୍ଭମେଣ୍ଟ ଫ୍ଲାଇଙ୍ଗ୍‌ ଇନଷ୍ଟିଟ୍ୟୁଟ୍‌ରେ ଟ୍ରେନିଙ୍ଗ୍‌ ନେଉଛନ୍ତି। ଭବିଷ୍ୟତରେ ସେ ପାଇଲଟ୍‌ ହେବାକୁ ସ୍ୱପ୍ନ ରଖିଛନ୍ତି।

୨ ମିନିଟ୍‌ ୪୨ ସେକେଣ୍ଡରେ ଫାଷ୍ଟେଷ୍ଟ୍‌ ଫିଙ୍ଗର୍‌ ଫାଷ୍ଟର ଉତ୍ତର ଦେଇ ପ୍ରଥମ ପ୍ରତିଯୋଗୀ ଭାବରେ ହିଂମାଶୁ ରେକର୍ଡ କରିଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ଲାଇଫ୍‌ ଲାଇନ୍‌ ବ୍ୟବହାର କରିଥିଲେ। କିନ୍ତୁ ପରେ ଭଲ ଖେଳି ୫୦ ଲକ୍ଷ ଜିତିଛନ୍ତି।

ସୂଚନାଯୋଗ୍ୟ ଯେ କେବିସିରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ହିଁ ମହିଳା ପ୍ରତିଯୋଗୀ ୧ କୋଟି ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ପ୍ରଶ୍ନର ଉତ୍ତର ଜଣାନଥିବାରୁ ଖେଳରୁ ଓହରି ଯାଇଥିଲେ। ୧ କୋଟି ପର୍ଯ୍ୟନ୍ତ ପହଞ୍ଚିବା ଦ୍ୱିତୀୟ ପ୍ରତିଯୋଗୀ ହେଉଛନ୍ତି ହିଂମାଶୁ ଧୁରିଆ।



from Odisha Reporter https://ift.tt/2NWvgRg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages