ଦିନସାରା ପ୍ରବଳ ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ଦିନସାରା ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ଓଡ଼ିଶା ସମେତ ତାମିଲନାଡୁ, ପୁଡୁଚେରୀରେ ଆଜି ପ୍ରବଳ ବର୍ଷା ହେବ। ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ଆକଳନ କରିଛି। ଯାହାର ପ୍ରଭାବରେ ଆଜି ସକାଳୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି।

ଖାଲି ଏହି ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନୁହେଁ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ବିଦର୍ଭ, ଛତିଶଗଡ଼, ପଶ୍ଚିମବଙ୍ଗରେ ମଧ୍ୟ ଆଜି ଦିନସାରା ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ସେହିପରି ଆସାମ୍, ମେଘାଳୟ, ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକାରେ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।

ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଘଡ଼ଘଡ଼ି ମାରିବ ବୋଲି ପାଣିପାଗ ବିଭାଗ କହିଛି। ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ର ଆରବ ସମୁଦ୍ରରେ ପବନ ଜୋରଦାର ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପବନର ବେଗ ୫୫-୬୫ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ସର୍ବାଧିକ ୭୫ କିଲୋମିଟର ବେଗର ବହିପାରେ ବୋଲି ଜଣାପଡ଼ିଛି।

ସମୁଦ୍ର ଅଶାନ୍ତ ରହିବ ବୋଲି ଜଣାପଡ଼ିଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ପାଣିପାଗ ବିଭାଗ ବାରଣ କରିଛି।



from Odisha Reporter https://ift.tt/2mCpuIG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages