ବିଜେପୁରେ ରାଜନୈତିକ ହିଂସା; ‍ବିଜେପି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 27, 2019

ବିଜେପୁରେ ରାଜନୈତିକ ହିଂସା; ‍ବିଜେପି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ

ବରଗଡ଼(ଦୀପକ ଶର୍ମା): ବିଜେପୁର ଉପ-ନିର୍ବାଚନ ପୂର୍ବରୁ ସଂଘଟିତ ରାଜନୈତିକ ହିଂସା ସାଂଘାତିକ ରୂପ ନେଇଛି। ଜନୈକ  ବିଜେପି କର୍ମୀଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ହାଣି ଦେଇଥିବାରୁ ସେ ଗୁରୁତର ହୋଇ ପଡ଼ିଥିବା  ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଛନ୍ତି ପଡ଼ା ଗ୍ରାମର ମନୋରଞ୍ଜନ ମେହେର। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଜେପୁର ଡାକ୍ତରଖାନା ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗତ ରାତିରେ ମନୋରଞ୍ଜନ ନିଜର ୨ ବନ୍ଧୁଙ୍କ ସହ ସୋହେଲାରୁ ନିଜ ଗାଁକୁ ଫେରୁଥିଲେ। ତେବେ ବିଜେପୁର କନାପାଲି ଛକରେ ୨ ବାଇକ୍‌ରେ ୪ରୁ ଊର୍ଦ୍ଧ୍ୱ ଯୁବକ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ମନୋରଞ୍ଜନଙ୍କ ସାଙ୍ଗଦ୍ୱୟଙ୍କୁ ଠେଙ୍ଗାରେ ପିଟିଥିବା ବେଳେ ତାଙ୍କୁ  ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଛି। ଏନେଇ ବିଜେପି ପକ୍ଷରୁ ବିଜେପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ମୁହଁ ଘୋଡ଼ାଇ ଦେଇଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ।

 ପୂର୍ବ ଥର ମଧ୍ୟ ବିଜେପୁର ଉପନିର୍ବାଚନ ବେଳେ ମନୋରଞ୍ଜନଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ଉକ୍ତ ଆକ୍ରମଣ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଆଜିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ।

ସେ ଅଭିଯୋଗ କରିଛନ୍ତି ଯେ, ବିଜେଡି ହିଂସା କରି ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା ଚଳାଇଛି।  ମନୋରଞ୍ଜନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ  ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି । ଅନ୍ୟପଟେ ଏହି ଘଟଣା ସଂକ୍ରାନ୍ତରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।



from Odisha Reporter https://ift.tt/2lI5vZ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages