ବିହାରରେ ବନ୍ୟା: ରାସ୍ତାରେ ଚାଲିଲା ବୋଟ୍, ରୋଗୀଙ୍କ ବେଡ୍ ତଳେ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ବିହାରରେ ବନ୍ୟା: ରାସ୍ତାରେ ଚାଲିଲା ବୋଟ୍, ରୋଗୀଙ୍କ ବେଡ୍ ତଳେ ପାଣି

ପାଟନା: ବିହାରରେ ଲଗାଣ ବର୍ଷାରୁ ବନ୍ୟା ପରିସ୍ଥିତି ଉପୁଜିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବସ୍ ସାଙ୍ଗକୁ ଟ୍ରେନ ସେବା, ଟ୍ରାଫିକ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏମିତିକି ଦୁଇ ଦିନ ହେଲା ବିଦ୍ୟୁତ୍ ସେବା ବନ୍ଦ ରହିଛି। ସୋଶାଲ ମିଡିଆରେ ଏହାର ଭିଜୁଆଲ ଏବେ ଘୁରିବୁଲୁଛି।

ତେଣେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଆଜି କହିଛି। ଏଥିପାଇଁ ୧୫ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନେକ ଘର ଭିତର ମଧ୍ୟ ପାଣି ପ୍ରବେଶ କରିଥିବାରୁ ଲୋକମାନେ ବାସହରା ହୋଇଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ୩୨ଟି ବୋଟ୍ ନିୟୋଜିତ କରାଯାଇଛି। ଏଯାଏ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ପାଟନାର ବାସିନ୍ଦା।

ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବନ୍ୟା ପାଣି ପ୍ରବେଶ କରିଛି। ରୋଗୀ ହସ୍ପିଟାଲର ବେଡରେ ଶୋଇଥିବା ବେଳେ ତଳେ ପାଣି ରହିଛି। ଏମିତିକି ଯେଉଁ ବେଡରେ ରୋଗୀ ନାହାନ୍ତି ସେହି ବେଡ୍ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ହସ୍ପିଟାଲରେ ରୋଗୀମାନେ କେହି କେହି ବେଡ୍ ଉପରେ ବେଡ୍ ପକାଇ ଶୋଇଥିବା ଦେଖିବାକୁ ମିଳିଛି। ପାଣି ପାଇଁ ରୋଗୀ ସେବା ମଧ୍ୟ ଏକ ପ୍ରକାର ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଥିବା ଗଙ୍ଗା, କମଳା ବଲାନ, ବାଗମତୀ ନଦୀ କିଛି ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାସ୍ତାର ପାଣି ଲହଡ଼ି ମାରୁଥିବାରୁ ଅନେକ ସ୍ଥାନରେ ଲୋକମାନେ ବୋଟରେ ପାରି ହେଉଥିବା ଦେଖିବାକୁ ମିଳିଛି।

ବିଭିନ୍ନ ସ୍ଥାନରେ ଲୋକମାନେ ପାଣିଘେରରେ ରହିଥିବାରୁ ଉଦ୍ଦାର କାର୍ଯ୍ୟକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏନଡିଆରଏଫ ଓ ସେନାକୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ବନ୍ୟାସ୍ଥିତିର ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକଙ୍କୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି।



from Odisha Reporter https://ift.tt/2nEBA4Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages