ଦୁଷ୍କର୍ମ ପୀଡ଼ିତାଙ୍କୁ ଘରେ ରଖିବାକୁ ମନା କଲେ ବାପାମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଦୁଷ୍କର୍ମ ପୀଡ଼ିତାଙ୍କୁ ଘରେ ରଖିବାକୁ ମନା କଲେ ବାପାମା’

ଫୁଲବାଣୀ (ତ୍ରିନାଥ ସାହୁ): “ଝିଅକୁ ଛୋଟ ଜାତିର ପିଲା ଦୁଷ୍କର୍ମ କଲା। ଆମେ କେମିତି ତାକୁ ଗ୍ରହଣ କରିବୁ। ଆମ ଘରେ ଆଉ ଝିଅ,ପୁଅ ଅଛନ୍ତି। ଝିଅ ଆଶ୍ରମରେ ରହୁ। ଯଦି ସେ ଘରକୁ ଆସିବାକୁ ଇଚ୍ଛା କରିବ, ଅଲଗା ଆସି ରହିବ।” ଏପରି କହିଛନ୍ତି ଜଣେ ଦୁଷ୍ମର୍ମ ପୀଡ଼ିତା ନାବାଳିକାଙ୍କ ବାପା, ଯାହା ଆମ ସମାଜ ପାଇଁ ଏକ ଲଜ୍ଜାଜନକ କଥା। ଆଉ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ।

ପୂରା ଘଟଣାଟି ହେଉଛି ଏହିପରି। ଗତ ଜୁନ୍ ମାସରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ନ କହିବାକୁ ଅଭିଯୁକ୍ତ ଜଣକ ତାଙ୍କୁ ଧମକ ଦେଇଥିଲା। ଫଳରେ ଭୟଭୀତ ସେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ କିଛି ଜଣାଇ ନଥିଲେ। ମାତ୍ର ଅଗଷ୍ଟ ମାସରେ ସେ  ଗର୍ଭବତୀ ଥିବା ପରିବାର ଲୋକେ ଜାଣିପାରିଥିଲେ। ତା’ପରେ ସେମାନେ ଖୋଳତାଡ଼ କରିଥିଲେ ଓ ଅନ୍ୟ ଜାତିର ଜଣେ ପିଲା ତାଙ୍କୁ ଦୁଷ୍କର୍ମ କରିଥିବା ଜାଣିଥିଲେ।

ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଅଗଷ୍ଟ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ଓ ପୀଡିତାକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଥିଲା। ଏହାପରେ ସିଡବ୍ଲ୍ୟୁସି ପରିବାର ଲୋକଙ୍କ ହେପାଜତରେ ଝିଅକୁ ଛାଡ଼ିଥିଲା। ମାତ୍ର କିଛି ଦିନ ପରେ ପରିବାର ଲୋକେ ଝିଅଟିକୁ ବାସନ୍ଦ କରି ଦେଇଥିଲେ। ଗତ ବୁଧବାର ତାଙ୍କୁ ତାଙ୍କ ବାପାମା’ ଫୁଲବାଣୀସ୍ଥିତ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ। ସେମାନେ ତାଙ୍କୁ ଘରେ ରଖିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ।

ଏଭଳି ସ୍ଥିତିରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଝିଅଟିକୁ ବାଲିଗୁଡ଼ାସ୍ଥିତ ବନବାସୀ ସେବା ସମିତିକୁ ପଠାଇ ଦେଇଥିଲା। ମାତ୍ର ସେଠାରେ ଗର୍ଭବତୀଙ୍କ ରହିବା ଲାଗି ସୁବିଧା ନଥିବାରୁ ଗତକାଲି ରାତିରେ ତାଙ୍କୁ ଜି. ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ସେବା ସମିତିକୁ ପଠାଇ ଦିଆଯାଇଛି। ଝିଅଟି ୪ରୁ ୫ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏ ନେଇ ପୁଲିସ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

 



from Odisha Reporter https://ift.tt/2n4siP6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages