ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ ଅଫିସ ଖୋଲିବ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍ ଖୋଲିବ ବୋଲି ସୂଚନା ମିଳିଛି । କଳ୍ପନା ଛକସ୍ଥିତ ବିଏମ୍ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍ସି ୱାର୍ଡ ଅଫିସ ଓ ନାଲ୍କୋ ଛକରେ ଥିବା ବିଏମ୍ସି ଜୋନାଲ ଅଫିସରେ ଏହି କ୍ୟାମ୍ପ ଅଫିସ୍ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍ କାର୍ଯ୍ୟ ଚାଲିବ। ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ପାଇଁ ଏଠାରେ କୌଣସି ସ୍ଲଟ୍ ବୁକିଂ କରାଯିବନି । ଆବେଦନକାରୀ ସାଙ୍ଗରେ ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଏବଂ ବ୍ଲଡ ଗ୍ରୁପ୍ ସାର୍ଟିଫିକେଟ୍ ଆଣିବେ । ଏଥିସହ କ୍ୟାମ୍ପ ଅଫିସ୍ରେ ଫି ପୈଠ କରିବେ । ବାୟୋମେଟ୍ରିକରେ ଫଟୋ ଉଠାଇବା ସହିତ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ଦେଇ ଲର୍ଣ୍ଣିଂ ଲାଇସେନ୍ସ ପାଇପାରିବେ ।
from Odisha Reporter https://ift.tt/306Puiy
No comments:
Post a Comment