ଦୁଇ ବର୍ଷ ଭାତ ଖାଇ ନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ଦୁଇ ବର୍ଷ ଭାତ ଖାଇ ନଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ଲାମର୍‌ ଅବା ଫିଲ୍ମ ଦୁନିଆରେ ପାଦ ଦେବା ଏତେ ସହଜ ନୁହେଁ। ଏଥିପାଇଁ ଜଣେ କଳାକାରଙ୍କର ଭଲ ଅଭିନୟ ଦକ୍ଷତା ଥିବା ନିହାତି ଜରୁରୀ। ତେବେ ଅନେକ ସମୟରେ କେବଳ ଅଭିନୟ ଦକ୍ଷତା ବି କାମ କରି ନଥାଏ। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆକଷର୍ଣୀୟ ଲୁକ୍ ମଧ୍ୟ ଦରକାର ହୋଇଥାଏ। ଆଉ ଏହି କଥାକୁ ବୋଧହୁଏ ବେଶ୍‌ ଭଲ ଭାବେ ଜାଣିଥିଲେ ‘ପ୍ରେମ ତୋର ନଟି ନଟି’ର ନାୟକ ଦେବବ୍ରତ ପ୍ରଧାନ। ସେଥିପାଇଁ ଏହି ଫିଲ୍ମରେ ହିରୋ ହେବା ପାଇଁ ସେ ଦୁଇ ବର୍ଷ ଭାତ ଖାଇ ନଥିଲେ।

‘ପ୍ରେମ ତୋର ନଟି ନଟି’ ହେଉଛି ଦେବବ୍ରତଙ୍କ ଡେବ୍ୟୁ ଫିଲ୍ମ। ବଡ଼ ପରଦାରେ କାମ କରିବାକୁ ସେ ୧୦ ବର୍ଷ ଧରି ସ୍ୱପ୍ନ ଦେଖିଥିଲେ। ଶେଷରେ ‘ପ୍ରେମ ତୋର ନଟି ନଟି’ ମାଧ୍ୟମରେ ତାଙ୍କ ସ୍ୱପ୍ନ ପୂରଣ ହୋଇଥିଲା। ତେବେ ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଦେବ୍‌ ଖୁବ୍ ପତଳା ଥିଲେ। ତେଣୁ ସେ ତାଙ୍କ ଫିଜିକ୍ ଉପରେ ଗୁରୁତ୍ୱ ଦେଇଥିଲେ। ଏକ ଆକର୍ଷଣୀୟ ଫିଜିକ୍ ପାଇଁ ସେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ଜିମ୍ ଗଲେ।

ଦେବ୍‌ଙ୍କ କହିବା ଅନୁଯାୟୀ ମଝିରେ ତାଙ୍କ ସ୍ୱାସ୍ଥ୍ୟ ଏତେ ମସ୍‌କ୍ୟୁଲାର ହୋଇଗଲା ଯେ ସେ ହିରୋ ପରିବର୍ତ୍ତେ ଗୁଣ୍ଡା ବା ବଡିଗାର୍ଡ ପରି ଲାଗୁଥିଲେ। କିନ୍ତୁ ‘ପ୍ରେମ ତୋର ନଟି ନଟି’ରେ ତାଙ୍କୁ ରୋମାଣ୍ଟିକ୍‌ ଲୁକ୍‌ ଆବଶ୍ୟକ ଥିଲା। ତେଣୁ ଓଜନ ହ୍ରାସ କରି ଟିକେ ପତଳା ଦେଖାଯିବା ପାଇଁ ସେ ଭାତ ଖାଇବା ବନ୍ଦ କରି ଦେଇଥିଲା। ଭାତ ବ୍ୟତୀତ ସେ ଅନ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଉଥିଲେ। ପ୍ରାୟ ଦୁଇ ବର୍ଷ ସେ ଭାତ ଖାଇ ନଥିଲେ।

ସୂଚନା ଅନୁଯାୟୀ, ‘ପ୍ରେମ ତୋର ନଟି ନିଟି’ ଫିଲ୍ମରେ ଦେବବ୍ରତଙ୍କ ସହ ଅଭିନେତ୍ରୀ ତମନ୍ନାଙ୍କୁ ଲିଡ୍‌ରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ଗତ ଅଗଷ୍ଟ ୮ ତାରିଖରେ ରିଲିଜ୍ ହୋଇଥିଲା।



from Odisha Reporter https://ift.tt/2LyC06j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages